www.samajalive.in
Monday, December 8, 2025
24.1 C
Bhubaneswar

୨୫ ପ୍ରତିଶତ ପର୍ଯ୍ୟନ୍ତ ମହଙ୍ଗା ହେବ ତୃତୀୟ ପକ୍ଷ ବୀମା ରାଶି

ନୂଆଦିଲ୍ଲୀ : ଯଦି ଆପଣଙ୍କ ପାଖରେ ଅନେକ ଗାଡି ଅଛି ତେବେ ଏହି ଖବର ଆପଣଙ୍କ ପାଇଁ ଜରୁରି । ଖୁବ୍ ଶୀଘ୍ର ଆପଣଙ୍କ ମୋଟର ତୃତୀୟ ପକ୍ଷ ବୀମା ଅର୍ଥାତ୍ ମୋଟର ଥାର୍ଡ ପାର୍ଟି ଇନସ୍ୟୁରାନ୍ସ ମହଙ୍ଗା ହୋଇପାରେ । ବୀମା ନିୟାମକ ପ୍ରାଧିକରଣ ମୋଟର ଥାର୍ଡ ପାର୍ଟି ଇନସ୍ୟୁରାନ୍ସ ପ୍ରିମିୟମ୍ ହାରାହାରି ୧୮ ପ୍ରତିଶତ ବୃଦ୍ଧି ପ୍ରସ୍ତାବ ରଖିଛି । ତେବେ କିଛି ଶ୍ରେଣୀର ଗାଡିରେ ଏହି ବୃଦ୍ଧି ୨୦ରୁ ୨୫ ପ୍ରତିଶତ ପର୍ଯ୍ୟନ୍ତ ହୋଇପାରେ ।

ଏବେ ଏହି ପ୍ରସ୍ତାବ ଉପରେ ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ ଅନ୍ତିମ ନିଷ୍ପତ୍ତି ନେବ । ଆଗାମୀ ୨-୩ ସପ୍ତାହରେ ଏଥିରେ ନିଷ୍ପତ୍ତି ନିଆଯାଇପାରେ । ଏହା ପରେ ଏକ ଡ୍ରାଫ୍ଟ ନୋଟିଫିକେସନ୍ ଜାରି କରାଯିବ ଯେଉଁଥିରେ ଜନତାଙ୍କ ଫିଡବ୍ୟାକ୍ ମଧ୍ୟ ନିଆଯିବ ପରେ ଏହାକୁ ଲାଗୁ କରାଯିବ ।

- Advertisement -

ଥାର୍ଡ ପାର୍ଟି ଇନସ୍ୟୁରାନ୍ସ ଭେଇକଲ ଆକ୍ଟ ଅନୁସାରେ ବାଧ୍ୟତାମୂଳକ ହୋଇଥାଏ । ଏହି ବୀମା ସେହି ସ୍ଥିତିରେ କାମରେ ଆସିଥାଏ ଯେବେ ଆପଣଙ୍କ ଗାଡି କୌଣସି ତୃତୀୟ ବ୍ୟକ୍ତିଙ୍କ ଜୀବନ ହାନି କରେ ବା କ୍ଷତି ପହଞ୍ଚାଇଥାଏ । ଏହି ବୀମା ସେହି କ୍ଷତିକୁ କଭର କରିଥାଏ ଯାହା ଆପଣଙ୍କର ନୁହେଁ ବରଂ ଅନ୍ୟ କାହାର ହୋଇଥାଏ । ଗତ ୪ ବର୍ଷ ଧରି ଥାର୍ଡ ପାର୍ଟି ପ୍ରିମିୟମରେ କୌଣସି ବୃଦ୍ଧି ହୋଇନି । ୨୦୨୧ରେ ଶେଷ ଥର ଦର ବୃଦ୍ଧି ହୋଇଥିଲା ।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories