www.samajalive.in
Monday, December 15, 2025
16.1 C
Bhubaneswar

ଆସିଲା ନୂଆ ନିଞ୍ଜା ୩୦୦, ମିଳିବ ନୂଆ ଫିଚର୍

ନୂଆଦିଲ୍ଲୀ : ଦେଶରେ ପ୍ରିମିୟମ୍ ମୋଟରସାଇକେଲ ବିକୁଥିବା କମ୍ପାନୀ କାଓ୍ବାସାକି ମୋଟରସାଇକେଲ ୨୦୨୫ କାଓ୍ବାସାକି ନିଞ୍ଜା ୩୦୦ ଲଞ୍ଚ୍ କରିଦେଇଛି । କମ୍ପାନୀ ଏହି ମୋଟରସାଇକେଲର ପ୍ରାରମ୍ଭିକ ଏକ୍ସ-ଶୋରୁମ୍ ଦାମ୍ ୩.୪୩ ଲକ୍ଷ ଟଙ୍କା ନିର୍ଦ୍ଧାରିତ କରିଛି । ଜୁନ୍ ପ୍ରଥମ ସପ୍ତାହରୁ ଏହାର ଡେଲିଭରୀ ଆରମ୍ଭ ହେବ । କାଓ୍ବାସାକି ନିଞ୍ଜା ୩୦୦ ୨୦୧୩ ମସିହାରୁ କାଓ୍ବାସାକିର ଭାରତୀୟ ଲାଇନଅପର ଏକ ଅଂଶ ରହିଆସିଛି ଏବଂ ଲାଇନଅପରେ ଏକ ଲୋକପ୍ରିୟ ବିକଳ୍ପ ସାଜିଛି । ଭାରତୀୟ ବଜାରରେ ଏହାର ମୁକାବିଲା ଅପ୍ରିଲିୟ ଆରଏସ୍ ୪୫୭, କେଟିଏମ୍ ଆରସି ୩୯୦, ୟାମାହା ଆରଥ୍ରି ଭଳି ମଡେଲ ସହ ହୋଇଥାଏ ।

ଏହାର ନୂଆ ଭର୍ସନ ନିଜ ପୂର୍ବ ମଡେଲକୁ ବଜାୟ ରଖୁଛି । ଏହା ସହ କିଛି ନୂଆ ଫିଚର୍ ଏହି ବାଇକରେ ମିଳୁଛି । ଏଥିରେ ପ୍ରୋଜେକ୍ଟର ହେଡଲାଇଟ୍ ଓ ବଡ ଫ୍ଲୋଟିଂ ଓ୍ବିଣ୍ଡସ୍କ୍ରିନ୍ ଲଗାଯାଇଛି । କମ୍ପାନୀ ଏହି ମୋଟରସାଇକେଲରେ ୩ ନୂଆ ରଙ୍ଗ ବିକଳ୍ପ ଯଥା ଲାଇମ୍ ଗ୍ରୀନ୍, କ୍ୟାଣ୍ଡି ଲାଇମ୍ ଗ୍ରୀନ୍ ଓ ମେଟାଲିକ୍ ମୁନଡଷ୍ଟ ଗ୍ରେ ନେଇଆସିଛି । ମୋଟରସାଇକେଲରେ ୨୯୫ସିସି ପାରାଲାଲ୍ ଟ୍ବିନ୍ ଇଞ୍ଜିନ ବ୍ୟବହାର କରାଯାଇଛି ଯାହା ୧୧ ହଜାର ଆରପିଏମରେ ୩୮.୮ବିଏଚପିର ପାଓ୍ବର ଓ ୧୦ ହଜାର ଆରପିଏମରେ ୨୬.୧ ଏନଏମର ଟର୍କ ଉତ୍ପନ କରିଥାଏ । ଏହି ଇଞ୍ଜିନକୁ ୬ ସ୍ପିଡ୍ ଗିୟରବକ୍ସ ସହିତ ଯୋଡାଯାଇଛି ଯାହା ଆସିଷ୍ଟ ଓ ସ୍ଲିପର କ୍ଲଚ୍ ସହିତ ଆସିଥାଏ ।

ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀ ଜଗିବେ ପ୍ରାୟ ୭୦ ପ୍ଲାଟୁନ୍‌ ଫୋର୍ସ

- Advertisement -

Hot this week

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

Related Articles

Popular Categories