www.samajalive.in
Sunday, December 14, 2025
26.1 C
Bhubaneswar

ବେଙ୍ଗାଲୁରୁ ଦଳାଚକଟା ଘଟଣା – ମୃତକଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା କଲା ଆରସିବି

ଡେସ୍କ: ଆଇପିଏଲ ୨୦୨୫ ବିଜୟ ପାଳନ ସମୟରେ ଦଳାଚକଟା ଘଟି ୧୧ ଜଣ ପ୍ରାଣ ହରାଇବା ପରେ ଗୁରୁବାର ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ବିଷୟ ଘୋଷଣା କରିଛି। ୧୧ ଜଣ ମୃତକଙ୍କ ପରିବାରକୁ ଆରସିବି ଆର୍ଥିକ ସହାୟତା ପ୍ରଦାନ କରିବ। ଘଟଣା ଘଟିବାର ଗୋଟିଏ ଦିନ ପରେ ନୂଆ ବକ୍ତବ୍ୟ ଜାରି କରି ଆରସିବି କହିଛି, ଏଭଳି ଦୁଖଦଃ ଘଟଣାରେ ଦଳର ଖେଳାଳି, କର୍ମଚାରୀ ଓ ପରିଚାଳନା ମଣ୍ଡଳୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।

୧୧ ଜଣ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ସମେତ ଆହତ ୩୩ ଜଣଙ୍କୁ ମଧ୍ୟ ଆର୍ଥିକ ସହାୟତା ପ୍ରଦାନ ନିମନ୍ତେ ଆରସିବି କେୟାର୍ସ ଫଣ୍ଡ ଆରମ୍ଭ କରାଯାଇଛି। ଘୋଷଣା ଅନୁଯାୟୀ, ମୃତକଙ୍କ ପିଛା ୧୦ ଲକ୍ଷ ଟଙ୍କା ଲେଖାଏଁ ପରିବାର ବର୍ଗଙ୍କୁ ପ୍ରଦାନ କରାଯିବ।

- Advertisement -

ମେ’ ୩ ତାରିଖ ଦିନ ଆରସିବି ଆଇପିଏଲ ଫାଇନାଲ ମ୍ୟାଚ ଜିତିବା ପରେ ୫ ତାରିଖ ଅର୍ଥାତ ବୁଧବାର ଦିନ ଦଳ ପକ୍ଷରୁ କର୍ଣ୍ଣାଟକର ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ବିଜୟ ଉତ୍ସବ ପାଳନ କରାଯାଇଥିଲା। ତେବେ ବିଜୟ ଉତ୍ସବ ଆରମ୍ଭ ହେବାର କିଛି ସମୟ ପୂର୍ବରୁ ଜନସମୁଦ୍ର ମାଡିଆସିଥିଲା। ଏତେ ସଂଖ୍ୟାରେ ପ୍ରଶଂସକ ଆସିବେ ବୋଲି ଆୟୋଜକ ଓ ପ୍ରଶାସନ କଳ୍ପନା କରିପାରିନଥିଲେ। ଷ୍ଟାଡିୟମରେ ୩୫ ହଜାର ଆସନ ଥିବା ବେଳେ ତାହା ପୂରଣ ହେବା ପରେ ମଧ୍ୟ ରାସ୍ତା ଉପରେ ଲକ୍ଷାଧିକ ପ୍ରଶଂସକ ଏକତ୍ରିତ ହୋଇଥିଲେ ଫଳରେ ଦଳାଚକଟା ଘଟି ୧୧ ଜଣଙ୍କ ମୃତ୍ୟୁ ହେବା ସହ ୩୩ ଜଣ ଗୁରୁତର ଆହତ ହୋଇଥିଲେ। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

Hot this week

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

Related Articles

Popular Categories