www.samajalive.in
Monday, December 15, 2025
17.1 C
Bhubaneswar

ଟନେଲ ଟ୍ରାଜେଡି: ପୋତାହେଲା ଗାତ, ନିର୍ମାଣ ହେଲା ମାର୍କିଙ୍ଗ ପିଲାର

ହରଭଙ୍ଗା: ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପର ବୌଦ୍ଧ ଜିଲ୍ଲା ଆଡେଣିଗଡ଼ ନିକଟରେ ନିର୍ମାଣାଧୀନ ସର୍ବବୃହତ ରେଳ ସୁଡଙ୍ଗ ଗତ ୨୬ତାରିଖରେ ଭୁଶୁଡି ପଡ଼ିଥିଲା। ଉନ୍ନତମାନର ବୈଷୟିକ ଜ୍ଞାନକୌଶଳରେ ନିର୍ମାଣାଧୀନ ଓଡ଼ିଶାର ସର୍ବବୃହତ ରେଳ ସୁଡଙ୍ଗ ଭୁଶୁଡିବା ପଛରେ ବିଭାଗୀୟ ଅଧିକାରୀ ବର୍ଷାକୁ ଦାୟୀ କରି ନିଜ ଉପରୁ ଦୋଷ ଛଡାଇବାକୁ ପଛାଇନଥିଲେ। ମାତ୍ର ଗୋଟିଏ ରେଳ ସୁଡଙ୍ଗ ନିର୍ମାଣ ପୂର୍ବରୁ ଷ୍ଟାଣ୍ଡାର୍ଡ ଅପରେଟିଙ୍ଗ ପ୍ରୋସିଜର ବା ଏସଓପିକୁ ନେଇ ନିର୍ମାଣ କାର୍ଯ୍ୟ କରାଯାଇଥାଏ। ମାତ୍ର ସାମାନ୍ୟ ବର୍ଷାରେ କିଭଳି ସୁଡଙ୍ଗ ଭୁଶୁଡିପଡ଼ିଲା ଏହା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଚିନ୍ତାଜନକ ବିଷୟ। ଯଦିଓ ରେଳ ବିଭାଗୀୟ କର୍ତ୍ତୃପକ୍ଷଙ୍କ କଥା ଅନୁସାରେ ବର୍ଷା ଯୋଗୁଁଁ ପାଣି ଜମିବା ଫଳରେ ଉପରପାର୍ଶ୍ବରୁ ମାଟି ଧସିପଡ଼ି ଗର୍ତ୍ତ ସୃଷ୍ଟି ହେଲା। ତାହେଲେ ଖରା, ବର୍ଷା, ଶୀତ ଏବଂ ପ୍ରାକୃତିକ ଦୁର୍ବିପାକକୁ ଦୃଷ୍ଟିରେ ରଖି ରେଳ ସୁଡଙ୍ଗ ନିର୍ମାଣ ପାଇଁ ହୋଇଥିବା ବୈଷୟିକ ଡିଜାଇନ ଏବଂ ଡ୍ରଇଂ ଏଠାରେ ଫେଲ ମାରିଲା କହିଲେ ଆଦୌ ଅତ୍ୟୁକ୍ତି ହେବନାହିଁ। ଅନ୍ୟପଟେ ମେ’ ମାସର ବର୍ଷା ରେକର୍ଡକୁ ଅନୁଧ୍ୟାନ କଲେ ବୌଦ୍ଧ ଜିଲାର ୩ଟି ବ୍ଲକରେ ୪୩୧ମି.ମି ବର୍ଷା ହୋଇଥିବା ରେକର୍ଡରୁ ଜଣାପଡ଼ିଛି। ସେଥିରୁ ହରଭଙ୍ଗା ବ୍ଲକରେ ଗତ ୨ ମେ’ରେ ୧୯.୪ମି.ମି, ୪ ମେ’ରେ ୧୪.୦୬ମି.ମି, ୧୪ମେ’ରେ ୦୪.୦୨ ମି.ମି, ୨୩ମେ’ରେ ୪୮.୨ମି.ମି, ୨୪ମେ’ରେ ୨୮.୦୪ମି.ମି, ୨୯ମେ’ରେ ୪୦.୦ ଏବଂ ୩୧ ମେ’ରେ ୪୭.୦ ମି.ମି ବର୍ଷା ହୋଇଥିବା ରେକର୍ଡରୁ ଜଣାପଡ଼ିଛି। ସୁଡଙ୍ଗ ଭୁଶୁଡିବା ଦିନ ଅର୍ଥାତ୍ ୨୬ ତାରିଖ ଏବଂ ତା’ ପୂର୍ବଦିନ ୨୫ ତାରିଖ ହରଭଙ୍ଗା ବ୍ଲକରେ ଆଦୌ ବର୍ଷା ହୋଇନଥିବା ରେକର୍ଡ କହୁଛି। ସାମାନ୍ୟ ବର୍ଷାରେ ରେଳ ସୁଡଙ୍ଗ ଭୁଶୁଡିପଡ଼ିବା ଘଟଣା ପଛରେ ଏକ ବଡ ବୈଷୟିକ ତ୍ରୁଟି ରହିଥିଲେ ମଧ୍ୟ ଏହାର ନିର୍ମାଣ ଦାୟିତ୍ୱରେ ଥିବା ରେଳବିଭାଗ ଯନ୍ତ୍ରୀ ଏବଂ ଠିକାସଂସ୍ଥା ଚପାଇବାକୁ ଅପଚେଷ୍ଟା କରୁଥିବା ଏଥିରୁ ବୁଝାପଡୁଛି। ଅନ୍ୟପଟେ ଏତେବଡ ଘଟଣା ପରେ ନିର୍ମାଣ ଦାୟିତ୍ୱରେ ଥିବା ଡେପୁଟି ଚିଫ୍ ଇଂଜିନିୟର ଏବଂ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସାଙ୍ଗକୁ ସମ୍ପୃକ୍ତ ଠିକାସଂସ୍ଥା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଏଭଳି ପରିସ୍ଥିତିରେ ୩୦ ଫୁଟ ଗୋଲେଇରେ ମାଟି ଧସିଥିବା ସ୍ଥାନକୁ ପଥରଗୁଣ୍ଡ ପକାଇ ପୋତି ଦିଆଯାଇଛି। ଏହା ସହିତ ପାଖରେ ଥିବା ଅନ୍ୟଗାତକୁ ମଧ୍ୟ ପୋତି ଦିଆଯାଇଛି। ଏହା ଉପରେ ଦୁଇଟି ସ୍ଥାନରେ ମାର୍କିଙ୍ଗ ପିଲାର ମଧ୍ୟ ନିର୍ମାଣ ହୋଇଥିବା ଦେଖିବାକୁ ମିଳିଛି। ମାତ୍ର ପୋତିବା ପୁର୍ବରୁ ସ୍ୱତନ୍ତ୍ର ବୈଷୟିକ ଟିମ୍‌ଙ୍କ ଉପଦେଶ ନିଆଯାଇଛି କି ନାହିଁ କି ମନଇଛା ପୋତାଯାଇଛି କି ତାକୁ ନେଇ ବଡ ପ୍ରଶ୍ନଚିହ୍ନ ଛିଡା କରିଛି। ଯଦି ପୋତାଗଲା ତହାହେଲେ ସୁଡଙ୍ଗ ଭିତରୁ କେବେ ମାଟି କଢାଗଲା। ଯଦି କଢାଗଲା ସେ ସମୟର ଭିଡିଓ ଉତୋଳନ କରାଯାଇଛି କି ସେ ସବୁ ଦିଗରେ ତଦନ୍ତର ଆବଶ୍ୟକତା ରହିଛି।

ଅନ୍ୟପଟେ ରେଳ ସୁଡଙ୍ଗ ନିର୍ମାଣକାର୍ଯ୍ୟ ଇ.ପି.ସି କଂଟ୍ରାକ୍ଟ ଅର୍ଥାତ୍ ଇଂଜିନିୟରିଂ, ପ୍ରୋକ୍ୟୁରମେଣ୍ଟ, କନଷ୍ଟ୍ରକ୍ସନ ଅନୁଯାୟୀ ଜି.ଆର.ଇନଫ୍ରା.ଲିମିଟେଡ ନାମକ ଠିକାସଂସ୍ଥା ଏହାର ନିର୍ମାଣକାର୍ଯ୍ୟ କରୁଛି। ଜାତୀୟସ୍ତରର ଯୋଗ୍ୟତମ ନାମିଦାମୀ ଜି.ଆର.ଇନଫ୍ରା.ଲିମିଟେଡ ଭଳି ଠିକାସଂସ୍ଥା ଇ.ପି.ସି କଂଟ୍ରାକ୍ଟ ଅନୁଯାୟୀ ଉକ୍ତ ରେଳ ସୁଡଙ୍ଗ ନିର୍ମାଣ କାର୍ଯ୍ୟ କରୁଥିବାବେଳେ କିଭଳି ସୁଡଙ୍ଗ ଭୁଶୁଡିବା ପୂର୍ବରୁ ଠିକସଂସ୍ଥା ସୂଚନା ପାଇପାରିଲାନାହିଁ ତାର କାର୍ଯ୍ୟଦକ୍ଷତା ଉପରେ ବଡପ୍ରଶ୍ନଚିହ୍ନ ଛିଡାକରିଛି।।ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ସୁଡଙ୍ଗ ଭୁଶୁଡିବା ପ୍ରସଙ୍ଗକୁ ଲୋକଲୋଚନକୁ ଆଣିବା ପାଇଁ ସାଧାରଣରେ ଦାବୀ ହେଉଛି। ଏ ଦିଗରେ ପୁର୍ବତଟ ରେଳ କତୃପକ୍ଷ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ଉଠୁଛି।

- Advertisement -

ଅନ୍ୟପଟେ ପୂର୍ବତଟ ରେଳବାଇ ଏନେଇ ସୂଚନା ଦେଇଛି କି ଲଗାତର ବର୍ଷା ଯୋଗୁଁ ଏହା ଭୁଶୁଡିପଡିଛି । ଏଥିଯୋଗୁଁ କୌଣସି ଧନ ଜୀବନ କ୍ଷୟକ୍ଷତି ହୋଇନି ।  ଏହି ଦୁର୍ଘଟଣା ଯୋଗୁଁ ପ୍ରକଳ୍ପର ସାମଗ୍ରୀକ କାର୍ଯ୍ୟଶୈଳୀ ଉପରେ କୌଣସି ପ୍ରଭାବ ପଡିବନି ଏବଂ ଏହା ପୂର୍ବଯୋଜନା ଅନୁସାରେ ଚାଲୁ ରହିବ ବୋଲି ପୂର୍ବତଟ ରେଳବାଇ ସୂଚନା ଦେଇଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories