www.samajalive.in
Sunday, December 14, 2025
17.1 C
Bhubaneswar

ବାଲ୍ୟବିବାହ ସୂଚନା ଦେବେ ପ୍ରଧାନଶିକ୍ଷକ, ସିଏମ୍‌ଆଇଓ ଭାବେ ଦିଆଗଲା ଦାୟିତ୍ବ

ଭୁବନେଶ୍ବର: କୌଣସି ସ୍ଥାନରେ ବାଲ୍ୟ ବିବାହ ହେଲେ ସମ୍ପୃକ୍ତ ଅଞ୍ଚଳରେ ଥିବା ବିଦ୍ୟାଳୟର ପ୍ରଧାନଶିକ୍ଷକ କିମ୍ବା ଅଧ୍ୟକ୍ଷ ଏ ସମ୍ପର୍କରେ ସୂଚନା ପ୍ରଦାନ କରିବେ। ବିଦ୍ୟାଳୟ ପ୍ରଧାନଶିକ୍ଷକ ଓ ଅଧ୍ୟକ୍ଷଙ୍କୁ ବାଲ୍ୟବିବାହ ସୂଚନା ଅଧିକାରୀ (ସିଏମ୍‌ଆଇଓ) ଭାବେ ଦାୟିତ୍ବ ମିଳିଛି। ଯେକୌଣସି ବାଲ୍ୟବିବାହ ହେଲେ ସେମାନେ ସମ୍ପୃକ୍ତ ଅଞ୍ଚଳର ଶିଶୁ ଉନ୍ନୟନ ପ୍ରକଳ୍ପ ଅଧିକାରୀ (ସିଡିପିଓ)ଙ୍କୁ ଏ ସମ୍ପର୍କରେ ଅବଗତ କରିବେ। ସିଡିପିଓମାନେ ବାଲ୍ୟ ବିବାହ ନିବାରଣ ଅଧିକାରୀ (ସିଏମ୍‌ପିଓ) ଭାବେ ପୂର୍ବରୁ ଦାୟିତ୍ବ ତୁଲାଇ ଆସୁଛନ୍ତି। ବିଦ୍ୟାଳୟ ପ୍ରଧାନଶିକ୍ଷକ ଓ ଅଧ୍ୟକ୍ଷଙ୍କୁ ସିଏମ୍‌ଆଇଓ ଭାବେ ଡେଜିଗ୍‌ନେଟ୍‌ କରାଯିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ରାଜ୍ୟ ପ୍ରକଳ୍ପ ନିର୍ଦେଶକ, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶକ, ମାଧ୍ୟମିକ ଶିକ୍ଷା ନିର୍ଦେଶକ ଏବଂ ପ୍ରାଥମିକ ଶିକ୍ଷା ନିର୍ଦେଶକଙ୍କୁ ଅବଗତ କରାଯାଇଛି।
ସୂଚନା ଅନୁସାରେ, ରାଜ୍ୟରେ ମହିଳା ସୁରକ୍ଷା ସୁଦୃଢ଼ କରିବାକୁ ସରକାର ପଦକ୍ଷେପ ନେଉଛନ୍ତି। ବାଲ୍ୟ ବିବାହ ରୋକିବାକୁ ଗୁରୁତ୍ବ ଦିଆଯାଇଛି। ବିଶେଷକରି ଛାତ୍ରୀମାନେ ଅଧାରୁ ପାଠ ଛାଡ଼ି ବିବାହ କରୁଥିବା ନଜିର ରହିଛି। ଆର୍ଥିକ ସ୍ଥିତି ହେଉ କିମ୍ବା ଅନ୍ୟ କୌଣସି କାରଣରୁ ପରିବାର ଲୋକେ କମ୍‌ ବୟସରେ ବିବାହ କରାଇ ଦେଉଛନ୍ତି। ଏହାଦ୍ବାରା ବିଦ୍ୟାଳୟରେ ଡ୍ରପ୍‌ ଆଉଟ୍‌ ସଂଖ୍ୟା ବଢ଼ୁଛି। ଦେଶରେ ବାଲ୍ୟ ବିବାହ ସମ୍ପୂର୍ଣ୍ଣ ବିଲୋପ ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ବିସ୍ତୃତ ମାର୍ଗଦର୍ଶିକା ଜାରି କରିଥିଲେ। ପୂର୍ବରୁ ବାଲ୍ୟ ବିବାହ ପାଇଁ କେହି ଉତ୍ତରଦାୟୀ ହେଉନଥିବାବେଳେ ପଞ୍ଚାୟତ, ବିଦ୍ୟାଳୟର ପ୍ରଧାନଶିକ୍ଷକ, ସମ୍ପ୍ରଦାୟ, ପୁଲିସ ଏବଂ ଅଧିକାରୀଙ୍କୁ ଉତ୍ତରଦାୟୀ କରାଯାଇଛି। ଅନ୍ୟପକ୍ଷରେ ବିଦ୍ୟାଳୟରେ ବାଲ୍ୟ ବିବାହ ବିରୋଧରେ ସଚେତନତାକୁ ଗୁରୁତ୍ବ ଦେଇଛି ଗଣଶିକ୍ଷା ବିଭାଗ। ବିଦ୍ୟାଳୟକୁ ଆସୁଥିବା ଅଭିଭାବକ ଏବଂ ପରିଦର୍ଶକଙ୍କ ମଧ୍ୟରେ ସଚେତନତା ଲାଗି ବିଭିନ୍ନ ହେଲ୍ପଲାଇନ୍‌ ନମ୍ବର କାନ୍ଥରେ ପେଣ୍ଟିଂ କରାଯିବ। ମହିଳା ହେଲ୍ପଲାଇନ-୧୮୧, ଶିଶୁ ହେଲ୍ପଲାଇନ-୧୦୯୮, ପୁଲିସ ହେଲ୍ପଲାଇନ (ଏମର୍ଜେନ୍ସି ରେସପନ୍ସ ସପୋର୍ଟ ସିଷ୍ଟମ)-୧୧୨ ଏବଂ ସୁଭଦ୍ରା ହେଲ୍ପଲାଇନ-୧୪୬୭୮ ଆଦି ବିଦ୍ୟାଳୟ ପ୍ରମୁଖ ସ୍ଥାନରେ ପ୍ରଦର୍ଶିତ ହେବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories