www.samajalive.in
Saturday, December 13, 2025
27.1 C
Bhubaneswar

ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ଶିବବିବାହ 

ଆରଡି : ବାବା ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ଶିବବିବାହ ପାଇଁ ଉତ୍ସବମୁଖର ଆରଡିପୀଠ। ଶନିବାର ବିବାହ ବନ୍ଧନରେ ବାନ୍ଧି ହେବେ ଦେବଦମ୍ପତି। ବୈଦିକ ରୀତିନୀତି ଓ ଲୋକାଚାରରେ ମାନବୀୟ ଲୀଳାରେ ଶୁକ୍ରବାର ବରପିତା ଓ କନ୍ଯାପିତାଙ୍କ ପକ୍ଷରୁ ମଣିବାବାଙ୍କ ଚଳନ୍ତିପ୍ରତିମା ହର ଓ ମାତା ପାର୍ବତୀଙ୍କ ଚଳନ୍ତିପ୍ରତିମା ଗୌରୀଙ୍କୁ ଘଣ୍ଟାକିର୍ତ୍ତନ, ଛତ୍ର ଆଲଟ ଚାମର ଦ୍ବାରା ଏକ ସୁସଜ୍ଜିତ ପାଲିଙ୍କିରେ ନେବା ପରେ ୭ଜଣ ମହିଳାଙ୍କ ଦ୍ବାରା ହଳଦୀ, ପଞ୍ଚାମୃତରେ ମଙ୍ଗଳକୃତ୍ଯ ନୀତି କରାଯାଇଥିଲା। ପରେ ଜାଇ ରଗଡା ଯିବା ସହ ହରଗୌରୀଙ୍କୁ ସୁସଜ୍ଜିତ କରାଯାଇ ଭୋଗ ଅର୍ପଣ କରାଯାଇଥିଲା। ଶନିବାର ସକାଳ ୧୦ଟାରେ ବରଧରା ଗମନ ଶୋଭାଯାତ୍ରା ଅନୁଷ୍ଠିତ ହେବା ସହ ଅପରାହ୍ଣରେ ମଣିବାବା ଓ ମାତା ପାର୍ବତୀ ରାଜରାଜେଶ୍ବର ଓ ରାଜରାଜେଶ୍ବରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ସନ୍ଧ୍ୟା ୭ଟାରେ ବରାନୁଗମନ ଶୋଭାଯାତ୍ରା ଅନୁଷ୍ଠିତ ହେବା ସହିତ  ମଧ୍ୟରାତ୍ରରେ ଦେବଦମ୍ପତିଙ୍କ ବିବାହ କାର୍ଯ୍ୟ ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରୀକ୍ଷେତ୍ର ପୁରୀଧାମର ସାହିମେଢ ନୃତ୍ଯ, ଢେଙ୍କାନାଳର ଦୁଲୁଦୁଲି ବାଦ୍ୟ, ପଶ୍ଚିମବଙ୍ଗ ମେଦିନପୁରର ମୟୁରଚୂଳିଆ ବାଦ୍ଯ ଦଳଙ୍କ ସହ ବ୍ରହ୍ମପୁରର ଯୋଡିଶଙ୍ଖ ନୃତ୍ୟ ଦଳ ପୀଠ ପହଁଚିଯାଇଛନ୍ତି। ବାଜା, ବାଣ ରୋଷଣୀ ସହ ଲକ୍ଷାଧିକଭକ୍ତଙ୍କ ଗହଣରେ ଦେବଦମ୍ପତିଙ୍କ ବିବାହ ଉତ୍ସବ ସମ୍ପନ୍ନ ହେବ ବୋଲି ମନ୍ଦିରର ସେବାୟତ କହିଛନ୍ତି।

ମୃତ ଫରେଷ୍ଟ ଗାର୍ଡଙ୍କ ପରିବାରଙ୍କୁ ସମବେଦନା ଜଣାଇଲେ ସାଂସଦ

Hot this week

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

Related Articles

Popular Categories