www.samajalive.in
Saturday, December 13, 2025
27.1 C
Bhubaneswar

ଖୋଲୁନି ଧାନମଣ୍ଡି, ଚିନ୍ତାରେ ଚାଷୀ

ପିପିଲି: ରବି ଋତୁ ପାଇଁ ଅଦ୍ୟାବଧି ଧାନମଣ୍ଡି ଖୋଲା ନ ଯିବାକୁ ନେଇ ପିପିଲି ଅଞ୍ଚଳର ଚାଷୀମାନେ ଚିନ୍ତାରେ ରହିଛନ୍ତି । ଚଳିତବର୍ଷ ଧାନମଣ୍ଡି ଖୋଲିବା ନେଇ ଅନିଶ୍ଚିତତା ଦେଖାଦେଇଥିବା ବେଳେ ଚାଷୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଲଘୁଚାପଜନିତ ଲଗାଣ ବର୍ଷାରେ ଚାଷୀମାନେ ବହୁ ପରିଶ୍ରମ ଓ ବହୁ ଅର୍ଥ ବ୍ୟୟ କରି ଧାନ ଅମଳ କରିଥିଲେ। ଏବେ ମୌସୁମୀ ଆସିଯାଇଥିବାରୁ ଅମଳ ଧାନକୁ ଖଳାରେ ଜରି ଘୋଡାଇ ରଖିଛନ୍ତି। ଏଣେ ଧାନମଣ୍ଡି ନ ଖୋଲିବାରୁ ବାଧ୍ୟ ହୋଇ ଅନେକ ଚାଷୀ ସେମାନଙ୍କ ଧାନକୁ କମ୍‍ ମୂଲ୍ୟରେ ବାହାରେ ବିକ୍ରୟ କରୁଥିବା ସୂଚନା ମିଳିଛି।

ସବୁଠାରୁ ବଡ କଥା ହେଲା ବିଭିନ୍ନ ସେବା ସମବାୟ ସମିତି ଓ ମିଲରମାନଙ୍କ ପାଖକୁ ଧାନକ୍ରୟ ପାଇଁ ଟାର୍ଗେଟ୍‍ ଆସିଥିବା ବେଳେ ପଞ୍ଜୀକରଣ କରିଥିବା ଚାଷୀମାନଙ୍କ ପାଖକୁ ଧାନ ବିକ୍ରୟ ପାଇଁ ମଧ୍ୟ ଟୋକନ ଆସିଛି। କିନ୍ତୁ କୌଣସି ସ୍ଥାନରେ ଧାନମଣ୍ଡି ଖୋଲି ନ ଥିବାରୁ ଚାଷୀମାନେ ସେମାନଙ୍କ ଧାନକୁ ମଣ୍ଡିରେ ବିକ୍ରୟ କରି ନ ପାରି ସମସ୍ୟାରେ ପଡିଛନ୍ତି। କେତେକ ଚାଷୀଙ୍କ ଟୋକନ ଅବଧି ମଧ୍ୟ ଶେଷ ହୋଇଯାଇଥିବା ସୂଚନା ମିଳିଛି। ପିପିଲି ବ୍ଲକର ତେଇସିପୁର ପ୍ରାଥମିକ ସେବା ସମବାୟ ସମିତି ଅଧୀନରେ ଥିବା ଚାଷୀ ତଥା ଜିଲା ପରିଷଦ ସଭ୍ୟ ଧରଣୀଧର ସାହୁଙ୍କ ସମେତ ଚାଷୀ ଜିତେନ୍ଦ୍ର ବରାଳ, ରମେଶ ଚନ୍ଦ୍ର ସ୍ୱାଇଁ, କାବୁଲି ପ୍ରଧାନଙ୍କ ପାଖକୁ ମଣ୍ଡିରେ ଧାନ ବିକ୍ରୟ କରିବା ପାଇଁ ଟୋକନ ଆସିଛି। ଧାନମଣ୍ଡି ଖୋଲି ନ ଥିବାରୁ ଟୋକନର ଅବଧି ମଧ୍ୟ ସରିଯାଇଥିବା ସଂପର୍କରେ ଜିଲା ପରିଷଦ ସଭ୍ୟ ଶ୍ରୀସାହୁ ପ୍ରକାଶ କରିଛନ୍ତି। ଏହାକୁ ନେଇ ଚାଷୀମାନେ ଚିନ୍ତାରେ ଥିବାବେଳେ ଅଧିକାଂଶ ଚାଷୀ କମ୍‍ ମୂଲ୍ୟରେ ଧାନକୁ ବିକ୍ରୟ କରୁଥିବା ସାହୁ ଅଭିଯୋଗ କରିଛନ୍ତି। ଠିକ ସମୟରେ ଧାନମଣ୍ଡି ଖୋଲୁ ନ ଥିବାରୁ ଚାଷୀ ଅସନ୍ତୋଷ ଦେଖାଦେଇଛି। କୃଷକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଯଥାଶୀଘ୍ର ଧାନମଣ୍ଡି ଖୋଲିବାକୁ ସାହୁ ଦାବି କରିଛନ୍ତି। ମଣ୍ଡି ନ ଖୋଲିଲେ ଚାଷୀମାନେ ବାଧ୍ୟହୋଇ ରାଜରାସ୍ତାକୁ ଓହ୍ଲାଇବା ସହ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ସାହୁ ଚେତାବନୀ ଦେଇଛନ୍ତି।

Hot this week

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

Related Articles

Popular Categories