www.samajalive.in
Saturday, December 6, 2025
26.1 C
Bhubaneswar

ଗୁରୁଦକ୍ଷିଣାରେ ପିଓକେ ମାଗିଲେ ଜଗତ୍‍ଗୁରୁ ରାମଭଦ୍ରାଚାର୍ଯ୍ୟ

ଚିତ୍ରକୂଟ : ସ୍ଥଳ ସେନାଧ୍ୟକ୍ଷ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ବୁଧବାର ମଧ୍ୟପ୍ରଦେଶର ଚିତ୍ରକୂଟ ସ୍ଥିତ ଜଗତ୍‌ଗୁରୁ ରାମଭଦ୍ରାଚାର୍ଯ୍ୟଙ୍କ ଆଶ୍ରମ ପରିଦର୍ଶନ କରିଥିବାବେଳେ ତାଙ୍କର ଆଶୀର୍ବାଦ ଲୋଡିଛନ୍ତି। ତେବେ କୌତୂହଳର ପ୍ରସଙ୍ଗ ହେଉଛି ଏହି ସମୟରେ ରାମଭଦ୍ରାଚାର୍ଯ୍ୟ ଗୁରୁ ଦକ୍ଷିଣା ବାବଦକୁ ଜେନେରାଲ ଦ୍ବିବେଦୀଙ୍କ ନିକଟରୁ ପିଓକେ (ପାକ୍‌ ଅଧିକୃତ କାଶ୍ମୀର) ଦାବି କରିଥିବା ଜଣାପଡିଛି। ଏହି ଅବସରରେ ଜେନେରାଲ ଦ୍ବିବେଦୀ ଆଶ୍ରମର ସାଧୁ ଓ ଅନ୍ତେବାସୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ମେ’ ୭ରେ ପାକିସ୍ତାନ ବିରୋଧରେ ଆରମ୍ଭ ହୋଇଥିବା ସାମରିକ କାର୍ଯ୍ୟାନୁଷ୍ଠାନ ‘ଅପରେସନ ସିନ୍ଦୂର’ ବର୍ତ୍ତମାନ ସ୍ଥଗିତ ରହିଥିବାବେଳେ ମାନସିକ ଶାନ୍ତି ପାଇବାକୁ ସେ ରାମଭଦ୍ରାଚାର୍ଯ୍ୟଙ୍କୁ ଭେଟିଥିବା ସ୍ଥଳ ସେନାଧ୍ୟକ୍ଷ କହିଛନ୍ତି।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories