www.samajalive.in
Friday, December 5, 2025
17.1 C
Bhubaneswar

ତାଇୱାନ ଯିବେ କଳାହାଣ୍ଡି ଶିଳ୍ପୀ: ଆର୍ନ୍ତଜାତିକ ବାଲୁକା କଳା ପ୍ରଦର୍ଶନୀରେ ଭାଗ ନେବେ

ଭବାନୀପାଟଣା: ଆସନ୍ତା ଜୁନ୍‍ ୧ ତାରିଖ ଠାରୁ ୧୫ ତାରିଖ ଯାଏଁ ତାଇୱାନରେ ଅନୁଷ୍ଠିତ ହେବ ଟଙ୍ଗକ୍ସଇଆଓ ଆର୍ନ୍ତଜାତିକ ବାଲୁକା ଭାସ୍କର‌୍ୟ୍ୟ କଳା କର୍ମଶାଳା । ଏଥିରେ ଭାଗନେବା ପାଇଁ ବିଶିଷ୍ଟ ବାଲୁକା ଶିଳ୍ପୀ ଓମ ପ୍ରକାଶ ସାହୁ ନିମନ୍ତ୍ରିତ ହେଇଛନ୍ତି। ସେଠାରେ ମୋ ହୃଦୟର ଛୋଟ ପୃଥିବୀ ବା ଦ ଲିଟିଲ ୱାଲ୍ଡ ଇନ୍‍ ଯାଇ ହାର୍ଟ ଆଧାରିତ ବାଲୁକା କଳା ପ୍ରଦର୍ଶନୀରେ ସେ ଭାଗନେବେ। ସେଠାରେ ପ୍ରାଶ୍ଚାତ୍ୟ ଶୈଳୀରେ ଓଡିଶାର ଆଦିମ ସଂସ୍କୃତିକୁ ଉପସ୍ଥାପନ କରିବେ ବୋଲି ଶ୍ରୀସାହୁ କହିଛନ୍ତି। ଏହା ପୂର୍ବରୁ ସେ ଭାରତର ଐତିହ୍ୟ, ନେତାଜୀ ଏବଂ ଓଡିଶାର ଐତିହ୍ୟ ଓ ସଂସ୍କୃତି ଉପରେ ବାଲୁକା କଳା ନିର୍ମାଣ କରି ଏସିଆ ବୁକ୍‍ ଅଫ୍‍ ରେକର୍ଡ, ଏକ୍ସକ୍ଲୁସିଭ ୱାର୍ଲଡ ରେକର୍ଡ, କିଙ୍ଗସ ବୁକ୍‍ ଅଫ୍‍ ୱାର୍ଲଡ ରେକର୍ଡ ଓ ଲଣ୍ଡନ ବୁକ୍‍ ଅଫ୍‍ ରେକର୍ଡରେ ସ୍ଥାନ ପାଇଛନ୍ତି। ଶ୍ରୀସାହୁଙ୍କ କଳାକୃତି ପାଇଁ ତାଙ୍କୁ ଘାନା ସ୍ଥିତ ୱେବିକ ୟୁନିଭରସିଟି ସମ୍ମାନଜନକ ଡକ୍ଟରେଟ ଉପାଧି ପ୍ରଦାନ କରିଛନ୍ତି ।

ଶୁକ୍ରବାର ସେ କୋଲକାତାରୁ ତାଇୱାନ ଅଭିମୁଖେ ଯାତ୍ରା କରିବେ। କଳାହାଣ୍ଡି କର୍ଲାମୁଣ୍ଡା ବ୍ଲକର ଗଜବାହାଲ ପଞ୍ଚାୟତ ଅନ୍ତର୍ଗତ ଡଙ୍ଗରମୁଣ୍ଡା ଗାଁ ରେ ଜନ୍ମିତ ବାଲୁକା ଶିଳ୍ପୀ ଓମପ୍ରକାଶ ନିଜସ୍ଵ କୃତି ପ୍ରଦର୍ଶନ ପାଇଁ ତାଇୱାନ ଯାଉଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories