www.samajalive.in
Monday, December 15, 2025
16.1 C
Bhubaneswar

ସମ୍ବଲପୁର ଜିଲ୍ଲାରେ ବିଦ୍ୟୁତ୍ ଭିତ୍ତିଭୂମିର ସୁଦୃଢ଼ୀକରଣ

ବୁର୍ଲା: ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲ୍ୟୁଓଡିଏଲ୍) ସମ୍ବଲପୁର ଜିଲ୍ଲାରେ ବିଦ୍ୟୁତ୍ ଭିତ୍ତିଭୂମିର ସୁଦୃଢ଼ୀକରଣ ପାଇଁ ଟିପିଡବ୍ଲ୍ୟୁଓଡିଏଲ୍ ଦ୍ୱାରା ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟକ୍ଷମ କରାଯାଇଅଛି। ଏହି ଦୁଇଟି ପ୍ରକଳ୍ପ ପାଇଁ କମ୍ପାନୀ ପକ୍ଷରୁ ପ୍ରାୟ ୬ କୋଟି ଟଙ୍କା ପୁଞ୍ଜି ନିବେଶ କରାଯାଇଛି।

ପ୍ରଥମ ପ୍ରକଳ୍ପଟି ହେଉଛି ଖଣ୍ଡୋକଟା ଗ୍ରୀଡ୍ ସବଷ୍ଟେସନକୁ ଜମନକିରା ଫିଡର ସହିତ ସଂଯୋଗ କରୁଥିବା ଏକ ନୂତନ ୩୩ କେ.ଭି. ଲିଙ୍କ୍ ଲାଇନ୍। ଏହି ବିକଳ୍ପ ୩୩ କେ.ଭି. ଲାଇନଟି ଅଧିକ ଚାପଯୁକ୍ତ କୁଚିଣ୍ଡା ପିଏସ୍ଏସ୍ (ପାୱାର ସବଷ୍ଟେସନ୍)ରେ ଓଭରଲୋଡ଼ିଂର ସମସ୍ୟା ଦୂର କରିବ। ଯାହା ୧୩ ହଜାରରୁ ଅଧିକ ଗ୍ରାହକଙ୍କ ପାଇଁ ସ୍ଥିର ତଥା ସୁନିଶ୍ଚିତ ବିଦ୍ୟୁତ୍ ସେବା ପ୍ରଦାନ କରିବ ଏବଂ ଏହି ଲିଙ୍କ୍ ଲାଇନ୍ ଦ୍ୱାରା ପ୍ରାୟ ୩୭ ହଜାର ଅତିରିକ୍ତ ଗ୍ରାହକ ଲାଭପ୍ରଦ ହୋଇପାରିବେ। ଯେଉଁଥିରେ ୨୫୦୦ କୃଷି ଉଠା ଜଳସେଚନ ସଂଯୋଗ ମଧ୍ୟ ଅନ୍ତର୍ଭୁକ୍ତ ରହିଛି।

- Advertisement -

ଦ୍ୱିତୀୟ ପ୍ରକଳ୍ପଟି ହେଉଛି ଟିପିଡବ୍ଲ୍ୟୁଓଡିଏଲ୍ ଦ୍ୱାରା କଟରବଗା ପିଏସ୍ଏସ୍ (ପାୱାର ସବଷ୍ଟେସନ୍) ଠାରୁ ଗୁମଲୋଇ ବିତରଣ ଟ୍ରାନ୍ସଫରମର୍ (ଡିଟିଆର) ପର୍ଯ୍ୟନ୍ତ ୧୨.୩ ସର୍କିଟ୍ କିଲୋମିଟର ପର୍ଯ୍ୟନ୍ତ ଏକ ନୂତନ ୧୧ କେ.ଭି. ଶିଳ୍ପ ଫିଡର ଲାଇନର ସ୍ଥାପନ। ଏହି ଫିଡର ବର୍ତ୍ତମାନ ସ୍ୱତନ୍ତ୍ର ଭାବେ ବର୍ଦ୍ଧିତ ଝାରସୁଗୁଡା-ସମ୍ବଲପୁର କରିଡରରେ ଶିଳ୍ପ ଗ୍ରାହକମାନଙ୍କୁ ବିଦ୍ୟୁତ୍ ସେବା ଯୋଗାଇ ଦେଇପାରିବ, ଯାହା ଦ୍ଵାରା ବିଦ୍ୟମାନ୍ ଫିଡର୍ ଲାଇନ୍ କେବଳ ଘରୋଇ ଗ୍ରାହକଙ୍କ ଚାହିଦା ଉପରେ ଧ୍ୟାନ ଦେଇପାରିବ। ଏହି ପଦକ୍ଷେପ ଦ୍ୱାରା ଟିପିଡବ୍ଲ୍ୟୁଓଡିଏଲ ବିଦ୍ୟୁତ୍ ବିତରଣ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ଯୋଗାଣ ଗୁଣବତ୍ତାରେ ଉନ୍ନତି ଏବଂ ଘରୋଇ, ଶିଳ୍ପ ଓ କୃଷି ଉପଭୋକ୍ତାଙ୍କୁ ନିରବଚ୍ଛିନ୍ନ ତଥା ନିର୍ଭରଯୋଗ୍ୟ ବିଦ୍ୟୁତ୍ ସେବା ଯୋଗାଇ ଦେଇପାରିବ।

Hot this week

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

Related Articles

Popular Categories