www.samajalive.in
Saturday, December 13, 2025
14.1 C
Bhubaneswar

ଆକ୍ରମଣ ସ୍ଥାନ ଗୋଟିଏ : ସହିଦ ସଂଖ୍ୟା ୫ ବର୍ଷରେ ୫୮

ନୂଆଦିଲ୍ଲୀ : ଶ୍ରୀନଗର-ଜାମ୍ମୁ ଜାତୀୟ ରାଜପଥର ପାମ୍ପୋରଠାରୁ ଅବନ୍ତିପୋରା ପର୍ଯ୍ୟନ୍ତ ଅଂଶରେ ପ୍ରତ୍ୟହ ଆରଓପି ଏବଂ ସିଆରପିଏଫ ଯବାନ ମୁତୟନ ହେଉଥିଲେ ମଧ୍ୟ ଆତଙ୍କବାଦୀମାନେ ବିଗତ କିଛି ବର୍ଷ ହେବ ଏଠାରେ ଆତଙ୍କବାଦୀମାନେ ବାରମ୍ବାର ଆକ୍ରମଣ କରିଛନ୍ତି। ୨୦୧୩ ପରଠାରୁ ଇତିମଧ୍ୟରେ ୫୮ ଜଣ ଯବାନ ଜାତୀୟ ରାଜପଥର ପାମ୍ପୋରଠାରୁ ଅବନ୍ତିପୋରା ଦେଇ ଅତିକ୍ରମ କରିବା ବେଳେ ଆତଙ୍କବାଦୀ ହାମଲାରେ ପ୍ରାଣ ହରାଇଛନ୍ତି। ୨୦୧୩ରେ ଆତଙ୍କବାଦୀମାନେ ରାସ୍ତା ପ୍ରଶସ୍ତ ଦଳ (ଆରଓପି) ଉପରେ ଦୁଇଥର ଆକ୍ରମଣ କରିଥିଲେ। ଏହି ଘଟଣାରେ ଦୁଇ ଜଣ ଯବାନ ପ୍ରାଣ ହରାଇଥିଲେ। ୨୦୧୪ରେ ବିଏସ୍‌ଏଫର ଏକ ଦଳ ଉପରେ ଆତଙ୍କବାଦୀଙ୍କ ଗୁଳିମାଡ଼ କାରଣରୁ ୧୨ରୁ ଊର୍ଦ୍ଧ୍ବ ଯବାନ ଆହତ ହୋଇଥିଲେ।
୨୦୧୫ରେ ଏହି ଅଞ୍ଚଳରେ ତିନିଟି ଆତତଙ୍କବାଦୀ ଆକ୍ରମଣ ହୋଇଥିଲା ଯେଉଁଥିରେ ୨ ଜଣ ସୀମା ସୁରକ୍ଷା ବାହିନୀ (ବିଏସ୍‌ଏଫ୍‌) ଯବାନ ଓ ୨ ଜଣ ସିଆରପିଏଫ୍‌ ଯବାନ ସହିଦ ହୋଇଥିଲେ। ୨୦୧୬ ଚାରିଟି ବଡ଼ଧରଣର ଆକ୍ରମଣ ଘଟିଥିଲା। ଏହି ବର୍ଷ ଜୁନ ୨୫ରେ ଆତଙ୍କବାଦୀମାନେ ସିଆରପିଏଫ୍‌ର ଏକ ବସ ଅଟକାଇ ଆଖିବୁଜା ଗୁଳିମାଡ଼ କରିଥିଲେ। ଏଥିରେ ୮ ଜଣ ଯବାନ ସହିଦ ହୋଇଥିବା ବେଳେ ୨୦ରୁ ଊର୍ଦ୍ଧ୍ବ ଆହତ ହୋଇଥିଲେ ଏବଂ ୨୦୧୮ରେ ୨ ଜଣ ଯବାନ ସହିଦ ହୋଇଥିଲେ। ୨୦୧୭ରେ ଅମରନାଥ ଯାତ୍ରୀଙ୍କ ଉପରେ ହୋଇଥିବା ଆତଙ୍କବାଦୀ ହାମଲା ମଧ୍ୟ ଠିକ ଏହି ଅଞ୍ଚଳ ମଧ୍ୟରେ ହୋଇଥିଲା। ଜଣେ ଅଧିକାରୀଙ୍କ ସୂଚନା ମୁତାବକ ପୂର୍ବରୁ ଏହି ରାସ୍ତା ଏକ ଆବାସିକ ଅଞ୍ଚଳ ଦେଇ ଅତିକ୍ରମ କରିଥିଲା ଯଦ୍ଦ୍ବାରା ଆତଙ୍କବାଦୀ ଏଠାରେ ଲୁଚି ରହି ଆକ୍ରମଣ କରିବା ସହଜ ହେଉଥିଲା। ପରେ ଏଠାରେ ଏକ ନୂତନ ଜାତୀୟ ରାଜପଥ ନିର୍ମାଣ ହୋଇଛି, ମାତ୍ର ଜନବସତି ନିକଟସ୍ଥ ଜାତୀୟ ରାଜପଥର ଯେଉଁ ଅଂଶକୁ ଆକ୍ରମଣ ଘଟାଇବାକୁ ଉପଯୁକ୍ତ ସ୍ଥାପ ଭାବେ ବାଛି ନେଇଛନ୍ତି ଆତଙ୍କବାଦୀ।

Hot this week

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

Related Articles

Popular Categories