www.samajalive.in
Saturday, December 6, 2025
19.1 C
Bhubaneswar

୨୮ ତାରିଖରେ କୋଭିଡ୍‌ ସମୀକ୍ଷା ବୈଠକ; ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଏତିକି, ଜାଣନ୍ତୁ କେମିତି ରହିବେ ସୁରକ୍ଷିତ

ନୂଆଦିଲ୍ଲୀ : ଦେଶରେ ଲଗାତାର କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଛି । ଆସନ୍ତା ୨୮ ତାରିଖରେ କୋଭିଡ୍‌ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ବସିବ । ଏହି ବୈଠକରେ ସମସ୍ତ ରାଜ୍ୟ ସହ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଆଲୋଚନା କରିବେ । କୋଭିଡ୍‌, ନିପା, ଇନ୍‌ଫ୍ଲୁଏଞ୍ଜା ପରି ଭୂତାଣୁ ନେଇ ସମୀକ୍ଷା ହେବ ।

ସେହିପରି ମୁମ୍ବାଇରେ ଏହାର ଆରମ୍ଭ ହୋଇଥିବା ବେଳେ ମୋଟ ମାମଲା ୨୪ ମେ’ ସକାଳ ସୁଦ୍ଧା ୩୧୨ ରେକର୍ଡ କରାଯାଇଛି । ଅନ୍ୟ ଦେଶ ତୁଳନାରେ ଏହି ସଂଖ୍ୟା କମ୍‌ ବୋଲି କୁହାଯାଉଛି । ମାତ୍ର ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଏହା ନିୟନ୍ତ୍ରଣରେ ରହିବା ଆବଶ୍ୟକ । କରୋନାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି ।
୨୩ ମେ’ରେ ଦେଶରେ ନୂଆ ୨୯ ମାମଲା ରେକର୍ଡ କରାଯାଇଥିଲା । ଗୁଜରାଟ ଅହମଦାବାଦରୁ ୨୦, ୟୁପିରୁ ୪ ଓ ହରିୟାଣାରୁ ୫ ମାମଲା ସାମ୍ନାକୁ ଆସିଥିଲା । ସେହିପରି ବେଙ୍ଗାଲୁରୁରେ ୯ ମାସର ଏକ ଶିଶୁ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି ।

ଜୁନ୍‌ରେ ଗ୍ରହଙ୍କ ବଡ ସଂଯୋଗ: ଏହି ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା, ହେବେ ମାଲାମାଲ୍‌, କିଣିବେ ଘର, ଗାଡି..

- Advertisement -

ଦିଲ୍ଲୀ ସରକାର ୨୩ ମେ’ରେ ସ୍ୱାସ୍ଥ୍ୟ ଗାଇଡ୍‌ଲାଇନ୍‌ ଜାରି କରିଛି । ହସ୍ପିଟାଲ ମାନଙ୍କରେ ଶଯ୍ୟା, ଅକ୍ସିଜେନ୍‌, ଆବଶ୍ୟକ ପରିମାଣରେ ଔଷଧ ରଖିବାକୁ ନିର୍ଦ୍ଦେଶ ଦେଇଛି । ଯଦି କରୋନା ପଜିଟିଭ୍‌ ଚିହ୍ନଟ ହେଉଛି, ସେମାନଙ୍କ ନମୁନା ପରୀକ୍ଷା କରାଯାଇ ଚିକିତ୍ସାରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ କରୋନାର ଏହି ଭାରିଆଣ୍ଟ ଓମିକ୍ରୋନ୍‌ର ସବ୍‌ ଭାରିଆଣ୍ଟ । ଏହା ରୋଗୀଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରୁଛି । ବିଶେଷ କରି ବୟସ୍କ, ଶିଶୁମାନେ, ପୂର୍ବରୁ ଅନେକ ରୋଗରେ ପୀଡିତ ଥିବା ରୋଗୀ ଅଧିକ ଯତ୍ନବାନ୍‌ ରୁହନ୍ତୁ । ଦେଶରେ ୨୦୨୩ରେ ମଧ୍ୟ ଏହି ଭାରିଆଣ୍ଟର ମାମଲା ଦେଖାଯାଇଥିଲା ।
ୟୁପି, ଦିଲ୍ଲୀ, ଓଡିଶା, ଆନ୍ଧ୍ରପ୍ରଦେଶ, ହରିୟାଣା, ମହାରାଷ୍ଟ୍ର ସହ ଅନ୍ୟ ରାଜ୍ୟରେ କରୋନା ପାଇଁ ଗାଇନ୍‌ଲାଇନ୍‌ ଜାରି ହୋଇଛି । ସ୍ୱାସ୍ଥ୍ୟ ବିଭାଗ ସମସ୍ତ ଲୋକଙ୍କୁ ଅପିଲ୍‌ କରିଛି ଯେ, ନିଜକୁ ଭୂତାଣୁ ଠାରୁ ସର୍ବଦା ଦୂରେଇ ରଖିବାକୁ ଚେଷ୍ଟା କରନ୍ତୁ । ଏହି ନିୟମର ପାଳନ କରନ୍ତୁ..
କ’ଣ କରିବେ..
ମାସ୍କ ପିନ୍ଧନ୍ତୁ
ହାତକୁ ସଫା ରଖନ୍ତୁ । ସାନିଟାଇଜର୍‌ ବ୍ୟବହାର କରନ୍ତୁ ।
ଭିଡ ସ୍ଥାନରୁ ଦୂରେଇ ରୁହନ୍ତୁ ।

ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଟିମ୍‌ ; ଶୁବମନ୍‌ ଗିଲ୍‌ ନୂଆ ଟେଷ୍ଟ ଟିମ୍‌ ଅଧିନାୟକ

ଗ୍ରାହକଙ୍କ ପାଇଁ ଖୁସି ଖବର ଆଣିଲା ବିଏସଏନଏଲ୍‌ : ମାତ୍ର ଏତିକି ଟଙ୍କାରେ ମିଳିବ ଡାଟା ସହ ସବୁ ସୁବିଧା..

କେବେ ଦେଖିନଥିବେ ସାପ-ମୂଷାର ଏମିତି ଭିଡିଓ, ଜାଣନ୍ତୁ କିଏ ଜିତିଲା..

 

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories