www.samajalive.in
Monday, December 8, 2025
27.1 C
Bhubaneswar

ନିୟମଗିରି ପାହାଡ଼ରେ ହାତୀପଲ; ଲୋକେ ଭୟଭୀତ, ବନ ବିଭାଗ ନାକେଦମ

କଲ୍ୟାଣସିଂହପୁର: ଦିନକୁ ଦିନ ନିୟମଗିରି ଅଞ୍ଚଳରେ ହାତୀ ଆତଙ୍କ ସୃଷ୍ଟି କରିଥିବାରୁ ଲୋକେ ଭୟଭୀତ ରହିଛନ୍ତି। ଜଙ୍ଗଲ ନଷ୍ଟ, ପୋଡୁ ଚାଷ ଓ ବନବିଭାଗର ସଚେତନାର ଅଭାବ ଯୋଗୁଁ ବନ୍ୟଜନ୍ତୁ ଜଙ୍ଗଲରେ ରହିବା ବଦଳରେ ଗାଁ ମୁହାଁ ହୋଇ ଫସଲ ନଷ୍ଟ କରୁଥିବାରୁ ପାହାଡ଼ ଉପରେ ରହୁଥିବା ଲୋକେ ଭୟଭୀତରେ ରହିବାକୁ ବାଧ୍ୟ ହେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି। ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଓ ପାର୍ଶାଲି, ସୁନାଖଣ୍ଡି, ପଲମା ପଞ୍ଚାୟତର ବିଭିନ୍ନ ଗ୍ରାମ ରାଇଲିମା, ସରାଟୀ, ଗୁମ୍ମା, ଲମ୍ବା, ଚାଟିକାଣା, ବେମ୍ବେରି ଗ୍ରାମରେ କିଛି ଦିନ ଧରି କଳାହାଣ୍ଡିଆ ୨୭ଟି ହାତୀ କଲ୍ୟାଣସିଂହପୁର ନିୟମଗିରି ପାହାଡ଼ରେ ଥିବା ଜଣାପଡ଼ିଛି। ଏହି ହାତୀପଲ ବର୍ତ୍ତମାନ ପାର୍ଶାଲି ଓ ସୁନାଖଣ୍ଡି ପଞ୍ଚାୟତରେ ଘୁରି ବୁଲୁଥିବା ଦେଖିବାକୁ ମିଳିଛି।

ଦୀର୍ଘ ୧୮ ବର୍ଷ ପରେ ଜୁନ୍‌ରେ ଶକ୍ତିଶାଳୀ ରାଜଯୋଗ; ଏହି ରାଶିଙ୍କୁ ଧନୀ କରିବାକୁ ଆସୁଛନ୍ତି ଶୁକ୍ର, ମଙ୍ଗଳ, ଧନର ହେବ ବର୍ଷା, ବଢିବ ଦରମା, ହେବ ବିବାହ, ସବୁଥିରେ ମିଳିବ ସଫଳତା..

- Advertisement -

ଉକ୍ତ ଡଙ୍ଗର ଅଞ୍ଚଳରେ ଆମ୍ବ, ପଣସ, ସଲପ, କଦଳୀ ଗୁଡିକ ଖାଇ ନଷ୍ଟ କରୁଥିବାରୁ ଅଞ୍ଚଳବାସୀ କ୍ଷତି ସହିବା ସହ ଭୟଭୀତରେ ରହିଛନ୍ତି। ରାତି ହେଲେ ଗାଁ ମୁହାଁ ହେଉଥିବା ବେଳେ ଦିନରେ ଜଙ୍ଗଲକୁ ଚାଲି ଯାଉଥିବା ଅଞ୍ଚଳବାସୀ କହିଛନ୍ତି। ନିୟମଗିରି ପାହାଡ଼ରେ ପୂର୍ବରୁ ହାତୀଙ୍କ ପାଇଁ ପାଣିର ସୁବିଧା ଥିବା ବେଳେ ଵର୍ତମାନ ଜଙ୍ଗଲ ଧ୍ବଂସ ଜଳବାୟୁ ଜଳାଶୟର ଅଭାବ ଯୋଗୁ ହାତୀ ଗ୍ରାମ ଭିତରେ ପଶୁଛି ତ ପାଣି ପାଇଁ ନଳକୂପ ଭାଙ୍ଗି ଦେଉଛି। ଆଜକୁ ପ୍ରାୟ ୧୦ଦିନ ହେବ କଲ୍ୟାଣସିଂହପୁର ରେଞ୍ଜର ହାତୀ ବନପାଳ ଭଗବାନ ସାରକା ,ବନରଖି, ପାରାଗାର୍ଡ ଉକ୍ତ ଅଞ୍ଚଳକୁ ଯାଇ ଲୋକଙ୍କୁ ସଚେତନତା କରିବା ସହ ନାକେଦମ ହେଲେଣି।

ଦେଖନ୍ତୁ ଭିଡିଓ; ନଦୀ ଭିତରକୁ ଯାଇ କୁମ୍ଭୀର ସହ ନାଚିଲେ, ତା’ପରେ.. 

ମାତ୍ର ୬୦ ମିନିଟ୍‌ରେ ଡ୍ରୋନ୍‌ରେ ଆସି ଘରେ ପହଞ୍ଚିବ ସ୍ମାର୍ଟଫୋନ୍‌; ଆମାଜନ୍‌ ଆରମ୍ଭ କଲା ସେବା

ଭିଡିଓରେ ଦେଖନ୍ତୁ ; ରାଜଧାନୀରେ ଝଡ ତୋଫାନର ତାଣ୍ଡବ, ୭ ମୃତ, ମହିଳାଙ୍କ ବେକରୁ ଅଲଗା ହେଲା ମୁଣ୍ଡ, ଉପୁଡିଲା ଗଛ

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories