www.samajalive.in
Friday, December 5, 2025
26.1 C
Bhubaneswar

ଭିଡିଓରେ ଦେଖନ୍ତୁ ; ରାଜଧାନୀରେ ଝଡ ତୋଫାନର ତାଣ୍ଡବ, ୭ ମୃତ, ମହିଳାଙ୍କ ବେକରୁ ଅଲଗା ହେଲା ମୁଣ୍ଡ, ଉପୁଡିଲା ଗଛ

ନୂଆଦିଲ୍ଲୀ : ଦିଲ୍ଲୀ-ଏନସିଆର ବାସୀ ବୁଧବାର ସନ୍ଧ୍ୟାରେ ପ୍ରବଳ ଝଡ ତୋଫାନ ସହ ବର୍ଷାର ସାମ୍ନା କରିଛନ୍ତି । କିଛି ସ୍ଥାନରେ ଗଛ ଉପୁଡି ପଡିଥିଲା ତ ପୁଣି କିଛି ସ୍ଥାନରେ ୨୧ ମହଲା ଅଟ୍ଟାଳିକାରୁ ଗ୍ରିଲ୍‌ ଖସି ପଡିଥିଲା । ଏଭଳି ଅନେକ ଅଘଟଣରେ ଅନେକ ଲୋକଙ୍କ ଜୀବନ ଚାଲି ଯାଇଥିବା ବେଳେ ଅନେକ ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ପ୍ରାୟ ୭ ଜଣଙ୍କ ମୃତ୍ୟୁ ଘଟିଛି । ଝଡ ତୋଫାନ୍‌ରେ ଏତେ ଜୋରର୍‌ରେ ହୋଇଥିଲା ଯେ ଲୋକେ ରାସ୍ତାରେ ଅଟକି ରହି ଭୟରେ ଥିବା ଦେଖାଯାଇଥିଲା । ଏହି ଝଡ ତୋଫାନରେ ପ୍ରାୟ ୭ ଜଣଙ୍କ ମୃତ୍ୟୁ ଘଟିଛି । ଏମାନଙ୍କ ମଧ୍ୟରେ ଦିଲ୍ଲୀରେ ୨, ୨ ଗାଜିଆବାଦ ଓ ଗ୍ରେଟର ନୋଏଡାରେ ୨ଜଣଙ୍କ ମୃତ୍ୟୁ ଘଟିଛି । ଘର, ଗାଡି ଉପରେ ଅନେକ ଗଛ ପଡି ଭାରି ମାତ୍ରାରେ କ୍ଷୟକ୍ଷତି ହୋଇଛି ।

- Advertisement -

ଦିଲ୍ଲୀରୁ ଗ୍ରେଟର ନୋଏଡାର ଏକ ଅଞ୍ଚଳରେ ଝଡ ତୋଫାନ କାରଣରୁ ଜଣେ ବୟସ୍କ ମହିଳା ଓ ତାଙ୍କ ନାତିଙ୍କ ଉପରେ ଟିଣ ପଡିବାରୁ ସେମାନଙ୍କ ମୃତ୍ୟୁ ହୋଇଛି ।

ଦୀର୍ଘ ୧୮ ବର୍ଷ ପରେ ଜୁନ୍‌ରେ ଶକ୍ତିଶାଳୀ ରାଜଯୋଗ; ଏହି ରାଶିଙ୍କୁ ଧନୀ କରିବାକୁ ଆସୁଛନ୍ତି ଶୁକ୍ର, ମଙ୍ଗଳ, ଧନର ହେବ ବର୍ଷା, ବଢିବ ଦରମା, ହେବ ବିବାହ, ସବୁଥିରେ ମିଳିବ ସଫଳତା..

ନିଜାମୁଦ୍ଦିନ୍‌ ନିକଟରେ ରାସ୍ତା ଉପରେ ଜଣେ ଦିବ୍ୟାଙ୍ଗଙ୍କ ଉପରେ ବିଜୁଳି ଖୁଣ୍ଟ ପଡିବାରୁ ସେ ଗୁରୁତର ହୋଇଥିଲେ । ତାଙ୍କୁ ହସ୍ପିଟାଲ ନିଆ ଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଉତ୍ତରପୂର୍ବ ଦିଲ୍ଲୀର ଗୋକୁଳପୁରୀ ଅଞ୍ଚଳରେ ଜଣେ ୨୨ ବର୍ଷୀୟ ଯୁବକଙ୍କ ମୁଣ୍ଡରେ ଗଛ ପଡିଯିବାରୁ ତାଙ୍କର ମୃତ୍ୟୁ ଘଟିଛି । ଗାଜିଆବାଦରେ ବାଇକ୍‌ରେ ଗଛ ପଡିଯିବାରୁ ଜଣେ ୪୦ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଘରର କାନ୍ଥ ପଡି ୩୮ ବର୍ଷୀୟ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories