www.samajalive.in
Sunday, December 14, 2025
14.1 C
Bhubaneswar

ପୂର୍ବ ଶତ୍ରୁତାରୁ ମହିଳାଙ୍କୁ ଗୁଳିମାଡ !

ଗଞ୍ଜାମ : ଗଞ୍ଜାମରେ ପୁଣି ଫୁଟିଲା ଗୁଳି। କୋଦଳା ଥାନା ଅନ୍ତର୍ଗତ ରାମପଲ୍ଲୀ ଗାଁରେ ଜଣେ ମହିଳାଙ୍କୁ ଗୁଳିମାଡ ହୋଇଛି। ଗୁଳି ମାଡର ଶିକାର ହୋଇଥିବା ମହିଳା ଜଣକ ଭାବିନୀ ରାଉତ ବୋଲି ଜଣାପଡିଛି। ଭାବିନୀଙ୍କ ସଂପର୍କୀୟ ଭଣଜା ସୁରେଶ ପ୍ରଧାନ ଗୁଳି କରିଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ଭଣଜା ସୁରେଶ ସୁଶାନ୍ତ ରାଉତଙ୍କୁ ଟାର୍ଗେଟ୍ କରିଥିଲେ । ହେଲେ ସାମ୍ନାକୁ ଆସି ଯାଇଥିଲେ ସୁରେଶଙ୍କ ପତ୍ନୀ ଭାବିନୀ । ଗତକାଲି ବିଳମ୍ବିତ ରାତିରେ ଭାବିନୀଙ୍କୁ ଗୁରୁତର ଅବସ୍ଥାରେ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି। ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଏଭଳି କାଣ୍ଡ ଘଟିଥିବା ସୂଚନା ମିଳିଛି। ସେପଟେ ଖବର ପାଇ କୋଦଳା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories