www.samajalive.in
Monday, December 15, 2025
26.1 C
Bhubaneswar

କାନ୍ସ ଫିଲ୍ମ ଫେଷ୍ଟିଭାଲ: ଐଶ୍ୱର୍ଯ୍ୟାଙ୍କ ଲୁକ୍‍ ଦେଖି ଦର୍ଶକ କହିଲେ ଏମିତି

ସମାଜ ଡିଜିଟାଲ ଡେସ୍କ: କାନ୍ସ ଫିଲ୍ମ ଫେଷ୍ଟିଭାଲରେ କୁଇନ୍‍ ଭଳି ଏଣ୍ଟ୍ରି କରିଛନ୍ତି ଐଶ୍ୱର୍ଯ୍ୟା ରାୟ ବଚ୍ଚନ । ଐଶ୍ୱର୍ଯ୍ୟା ରେଡ କାର୍ପେଟରେ ପ୍ରବେଶ କରିବା ପରେ ତାଙ୍କର ପ୍ରଥମ ଲୁକ୍‍ ହଜାର ହଜାର ପ୍ରଶଂସକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ୭୮ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ ପାଇଁ ଐଶ୍ୱର୍ଯ୍ୟା ଫ୍ୟାଶନ୍‍ ଡିଜାଇନର ମନୀଷ ମାଲହୋତ୍ରାଙ୍କ ଦ୍ୱାରା ଡିଜାଇନ୍‍ କରାଯାଇଥିବା ଏକ ସୁନ୍ଦର ଶାଢି ବାଛିଥିଲେ । ତାଙ୍କର ଏହି ଲୁକ୍‍ ପ୍ରଶଂସକଙ୍କୁ ବେଶ ପସନ୍ଦ ଆସିବା ସହ ଅନେକ ଉଠିଥିବା ପ୍ରଶ୍ନର ଜବାବ ମଧ୍ୟ ଦେଇଥିଲା । କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଐଶ୍ୱର୍ଯ୍ୟା ଏଣ୍ଟ୍ରି କରିବା ମାତ୍ରେ ତାଙ୍କ ମଥାରେ ଥିବା ସିନ୍ଦୁର ସବୁଠାରୁ ଅଧିକ ଆକର୍ଷଣ ଓ ଆଲୋଚନାର ବିଷୟ ହୋଇଥିଲା । ଏହି ଲୁକ୍‍ ଦେଖି ସମସ୍ତେ କହିଛନ୍ତି ଯେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ କିଛି ନକହି ପାକିସ୍ତାନକୁ ଚାପୁଡା ମାରିଛନ୍ତି ଏବଂ ଅନ୍ତର୍ଜାତୀୟ ସ୍ତରରେ ଭାରତର ‘ଅପରେସନ ସିନ୍ଦୂର’ କୁ ଏହିପରି ପ୍ରତିନିଧିତ୍ୱ କରିଛନ୍ତି ।

ଭାରତ ଏବେ ୩୩ଟି ଦେଶକୁ ନିଜର ପ୍ରତିନିଧିମଣ୍ଡଳ ପଠାଉଛି । ସେମାନେ ୨୨ଏପ୍ରିଲରେ ପହଲଗାଓଁ ଆକ୍ରମଣ ପରେ ହୋଇଥିବା ଅପରେସନ ସିନ୍ଦୂର ସମ୍ପର୍କରେ ଆଲୋଚନା କରିବା ସହ ଆତଙ୍କବାଦୀଙ୍କୁ ପାଳୁଥିବା ଦେଶ ପାକିସ୍ତାନର ଅସଲ ମୁଖା ଖୋଲିବେ । ତେବେ ଏହାରି ଭିତରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ମଥାରେ ସଜ୍ଜିତ ସିନ୍ଦୂର ଏକକାଳୀନ ଦୁଇଟି ବାର୍ତ୍ତା ଦେଇଛି । ପ୍ରଥମତଃ କାନ୍ସରେ ଭାରତର ସଂସ୍କୃତି ଉପସ୍ଥାପନା ଏବଂ ଅପରେସନ ସିନ୍ଦୂରର ଉପସ୍ଥାପନା । ଦ୍ୱିତୀୟରେ ଏହା ଐଶ୍ୱର୍ଯ୍ୟା ଏବଂ ତାଙ୍କ ସ୍ୱାମୀ ଅଭିଷେକ ବଚ୍ଚନଙ୍କ ମଧ୍ୟରେ ଗତ କିଛି ମାସ ଧରି ଚାଲିଥିବା ଛାଡପତ୍ର ଗୁଜବର ଅନ୍ତ ଘଟାଇଛି । ଐଶ୍ୱର୍ଯ୍ୟାଙ୍କ ଏହି ଲୁକ୍‍ ପ୍ରସିଦ୍ଧ ଫ୍ୟାଶନ୍‍ ଡିଜାଇନର ମନୀଷ ମାଲହୋତ୍ରାଙ୍କ ଦ୍ୱାରା ଡିଜାଇନ୍‍ କରାଯାଇଥିଲା । ଅଭିନେତ୍ରୀ ଜଣକ ଶାଡି ପିନ୍ଧିଥିଲେ, ଯାହା ଏକ ହାତବୁଣା ବଡ ବନାରସୀ ହସ୍ତତନ୍ତ ଶାଢି ଅଟେ । ହାତୀଦାନ୍ତ ରଙ୍ଗର ହାତ ତିଆରି ରୂପା ଜରି ଶାଢି ବେଶ ଆକର୍ଷଣୀୟ ଓ ସୁନ୍ଦର ହୋଇଥିଲା । ଐଶ୍ୱର୍ଯ୍ୟାଙ୍କ ଅଳଙ୍କାର ବହୁତ ସୁନ୍ଦର ହୋଇଥିବାରୁ ଏହା ତାଙ୍କୁ ରାଜକୀୟ ଲୁକ୍‍ ଦେଇଥିଲା । ସେ ଏପରି ଏକ ହାର ପିନ୍ଧିଥିଲେ ଯେଉଁଥିରେ ୫୦୦କ୍ୟାରେଟରୁ ଅଧିକ ମୋଜାମ୍ବିକ ମାଣିକ ଏବଂ ହୀରା ବ୍ୟବହାର ହୋଇଥିଲା । ସବୁକିଛି ୧୮କ୍ୟାରେଟ ସୁନାରେ ସଜ୍ଜିତ ଥିଲା ।

Hot this week

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

Related Articles

Popular Categories