www.samajalive.in
Friday, December 5, 2025
23.1 C
Bhubaneswar

ଶିରିଗୁଡ଼ା ସେକ୍ସନ୍ ଫରେଷ୍ଟରଙ୍କ କାର୍ଯ୍ୟାଳୟରେ ତାଲା

ଗୁଡାରି: ରାୟଗଡ଼ା ବନଖଣ୍ଡ ଅଧୀନସ୍ଥ ଗୁଡାରି ରେଞ୍ଜ ଅଫିସ ଅନ୍ତର୍ଗତ ଶିରିଗୁଡ଼ା ସେକ୍ସନ୍ ଫରେଷ୍ଟରଙ୍କ କାର୍ଯ୍ୟାଳୟରେ ତାଲା ଝୁଲୁଛି। ସୋମବାର ଦିନଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଫରେଷ୍ଟର ମାନସ କୁମାର ପ୍ରଧାନଙ୍କ ଅଫିସରେ ତାଲା ପଡ଼ିଥିବା ଦେଖିବାକୁ ମିଳିଥିଲା। ଡିଏଫ୍ଓଙ୍କ ନିର୍ଦ୍ଦେଶକ୍ରମେ ପ୍ରତି ଶନିବାର କିମ୍ବା ରବିବାର ସେକ୍ସନର ରିଜର୍ଭରେ ଯାଉଥିବା ଜାଗାରେ କୁମ୍ବିଂ କରିବାକୁ ବାଧ୍ୟ, ତେଣୁ ଶନିବାର ଦିନ ବାଧ୍ୟ ହୋଇ ଆସୁଥିବା ଜଣାପଡ଼ିଛି। କାରଣ ସେ ଶିରିଗୁଡ଼ା ସେକ୍ସନ୍ ଅଫିସର ୩୦ କିଲୋମିଟର ଦୂରରେ ଗୁମୁଡା ଜଗନ୍ନାଥ ମନ୍ଦିର କଲୋନୀରେ ଏକ ଭଡ଼ାଘରେ ରହୁଛନ୍ତି। ଶିରିଗୁଡ଼ା ଜଙ୍ଗଲ ପରିବେଶ ମଧ୍ୟରେ ଅବସ୍ଥିତ। ଜଙ୍ଗଲ ବିଭାଗରେ ସର୍ବାଧିକ ଦିନ ତାଲା ପଡ଼ୁଥିବାବେଳେ ଏ ଅଞ୍ଚଳର ଜଙ୍ଗଲ କେତେ ସୁରକ୍ଷାରେ ଥିବ ତାହା ବାରି ହେଉଛି। ଫରେଷ୍ଟର ଅଫିସ ଖୋଲାରେ ଅବହେଳା କରୁଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ଗୁଡାରି ରେଞ୍ଜର ଦିଲୀପ କୁମାର ପଟ୍ଟନାୟଙ୍କ ଅଧୀନରେ ଥିବାବେଳେ ରେଞ୍ଜର କେମିତି ଜାଣି ପାରୁନାହାନ୍ତି ସେ ନେଇ ଆଲୋଚନା ହେଉଛି। ଅଧିକାରୀମାନେ ଜଙ୍ଗଲ ସୁରକ୍ଷା ଦିଗରେ ଯଦି ସଜାଗ ନ ରହିବେ ତେବେ ଆଗାମୀ ଦିନରେ ଗୁଡାରି ଜଙ୍ଗଲ ଶୂନ୍ୟ ହୋଇଯିବ।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories