www.samajalive.in
Wednesday, December 10, 2025
15.1 C
Bhubaneswar

ଶୁଭ ସମୟ ଆସିବା ପୂର୍ବରୁ ଭଗବାନ ଦେଇଥା’ନ୍ତି ଏହିସବୁ ସଙ୍କେତ

ମଣିଷ ଜୀବନରେ ଉଭୟ ଭଲ ଓ ଖରାପ ସମୟ ଦେଖା ଦେଇଥାଏ। ହେଲେ ମଣିଷ ସର୍ବଦା ସୁଖ ବା ଶୁଭ ସମୟ ପାଇଁ ଆଶାୟୀ ରହିଥାଏ। ଯାହାକି ଅସମ୍ଭବ। ସେ ଯେତେ ଚେଷ୍ଟା କଲେ ମଧ୍ୟ ଭଲ ସମୟ ସବୁବେଳେ ଆସିନଥାଏ। ହେଲେ ଆପଣ ଜାଣନ୍ତି କି, ଯେତେବେଳେ ଶୁଭ ସମୟ ଆସିଥାଏ ସେତେବେଳେ ଭଗବାନ ଆମକୁ କିଛି ନା କିଛି ସଙ୍କେତ ଦେଇଥାଆନ୍ତି। ଯାହାକୁ କି ଆମେ ଜାଣିପାରି ନଥାନ୍ତି। ତେବେ ଚାଲନ୍ତୁ ଜାଣିବା ଶୁଭ ସମୟ ଆସିବା ପୂର୍ବରୁ ମିଳୁଥିବା ସେହସବୁ ସଙ୍କେତ ଗୁଡ଼ିକ ବିଷୟରେ –

-ଯଦି ସକାଳୁ କୌଣସି କାର୍ୟ୍ୟରେ ବାହାରିବା ସମୟରେ ବୁଢ଼ିଆଣୀ ଜାଲ ବୁଣୁଥିବା ଦେଖିବାକୁ ମିଳେ, ତେବେ ଏହା ଏକ ଶୁଭ ସଙ୍କେତ ହୋଇଥାଏ। ଏହା ଦେଖିବା ଦ୍ବାରା ବ୍ୟକ୍ତିର କାର୍ୟ୍ୟ ପୂରଣ ହୋଇଥାଏ।
-ଯଦି ଆପଣ କୌଣସି ବିଶେଷ କାର୍ୟ୍ୟ ବା ଚାକିରୀ ପାଇଁ ଇଣ୍ଟରଭ୍ୟୁ ଦେବାକୁ ଯାଉଛନ୍ତି ଏବଂ ହଠାତ୍ ଆପଣଙ୍କ ସାମ୍ନାରେ କୌଣସି ଗାଈ କିମ୍ବା ନଡ଼ିଆ ଦେଖିବାକୁ ମିଳେ ତେବେ ଏହା ଆପଣଙ୍କ ପାଇଁ ଶୁଭ ସଙ୍କେତ ହୋଇଥାଏ। ଏହା ଦ୍ବାରା ଆପଣଙ୍କୁ କାର୍ୟ୍ୟରେ ସଫଳତା ମିଳିଥାଏ।
-ମନ୍ଦିରରେ ପୂଜା କରିବାକୁ ବସିଥିବା ସମୟରେ ଦେବତାଙ୍କୁ ଅର୍ପଣ କରାଯାଇଥିବା ଫୁଲ ହଠାତ୍ ଆପଣଙ୍କ କୋଳରେ କିମ୍ବା ଆପଣଙ୍କ ସାମ୍ନାରେ ପଡ଼ିଯାଏ ତେବେ ଏହା ଅତ୍ୟନ୍ତ ଶୁଭ ସଙ୍କେତ ହୋଇଥାଏ। ଏପରି କୁହାଯାଏ ଯେ, ଏହାଦ୍ବାରା ଭଗବାନ ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାଆନ୍ତି ବୋଲି ଜଣାପଡ଼ିଥାଏ ଓ ଆପଣଙ୍କ ମନସ୍କାମନା ଶୀଘ୍ର ପୂରଣ ହୋଇଥାଏ। ଏଥିସହିତ ଧନ ଲାଭ ମଧ୍ୟ ହୋଇଥାଏ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories