www.samajalive.in
Sunday, December 7, 2025
26.1 C
Bhubaneswar

ଏହି ଧାର୍ମିକ ପର୍ଯ୍ୟଟନ ସ୍ଥଳ ନାମରୁ ହୋଇଛି ମୁମ୍ବଇର ନାମକରଣ

ମହାରାଷ୍ଟ୍ରର ରାଜଧାନୀ ମୁମ୍ବଇରେ ବହୁ ଧାର୍ମିକ ପର୍ଯ୍ୟଟନ ସ୍ଥଳ ରହିଛି। ଯେଉଁଥିରେ ମୁମ୍ବା ଦେବୀ ମନ୍ଦିର ପ୍ରମୁଖ ଅଟେ। ଏହି ଦେବୀଙ୍କ ମହିମା ଖୁବ ପ୍ରସିଦ୍ଧ ଅଟେ। ମୁମ୍ବଇ ନାମ ମରାଠୀର ଶବ୍ଦ ମୁମ୍ବାରୁ ଆସିଛି। କୁହାଯାଏ ଯେ ମୁମ୍ବା ମାତାଙ୍କ ନାମରୁ ହିଁ ଏହି ନାମକରଣ କରାଯାଇଛି। ଏହି ମନ୍ଦିରର ଇତିହାସ ପ୍ରାୟ ୪୦୦ ବର୍ଷ ପୁରାତନ ବୋଲି କୁହାଯାଉଛି। ସମ୍ପୂର୍ଣ୍ଣ ମହାରାଷ୍ଟ୍ରରେ ଏହି ମନ୍ଦିରର ଖୁବ ମାନ୍ୟତା ରହିଛି।
ମୁମ୍ବଇର ଆରମ୍ଭରେ ପ୍ରଥମେ କେଉଟ ମାନଙ୍କ ଏହା ବସ୍ତି ଥିଲା। ଏହି ଲୋକଙ୍କୁ ମୁମ୍ବଇରେ କୋଲୀ ବୋଲି କୁହାଯାଉଥିଲା। ଏହି କୋଲୀ ଲୋକମାନେ ବୋରୀ ବନ୍ଦରରେ ମୁମ୍ବା ଦେବୀଙ୍କ ମନ୍ଦିର ସ୍ଥାପନା କରିଥିଲେ। ଦେବୀ ମା’ଙ୍କ କୃପାରୁ ଏହି ମତ୍ସ୍ୟଜୀବୀ ମାନଙ୍କର ସମୁଦ୍ର କୌଣସି କ୍ଷତି କରିନଥିବା କୁହାଯାଏ। ଏହି ମନ୍ଦିର ମୂଳ ରୂପରେ ସେହି ସ୍ଥାନରେ ସ୍ଥାପନ ହୋଇଛି ତାହା ବର୍ତ୍ତମାନର ବିକ୍ଟୋରିଆ ଟର୍ମିନସ ବିଲଡ଼ିଙ୍ଗ ସ୍ଥାନ ଅଟେ।
ଏହି ମନ୍ଦିରଟି ଦେଖିବାକୁ ଖୁବ ଆକର୍ଷଣୀୟ ଅଟେ। ମା’ଙ୍କ ମୂର୍ତ୍ତି ସହ ତାଙ୍କ ସୁନ୍ଦର ସୁଶୋଭିତ ମକୁଟ ମନରେ ଭକ୍ତିର ଭାବ ଜାଗ୍ରତ କରିଥାଏ। ମନ୍ଦିରରେ ଅନ୍ୟାନ୍ୟ ଦେବାଦେବୀଙ୍କ ମୂର୍ତ୍ତି ମଧ୍ୟ ରହିଛି। ଦିନକୁ ପ୍ରାୟ ୬ ଥର ଏହି ମନ୍ଦିରରେ ଆଳତୀ ହୋଇଥାଏ। ପ୍ରତିଦିନ ଏହି ମନ୍ଦିରରେ ଭକ୍ତଙ୍କ ଭିଡ଼ ହୋଇଥାଏ। ମାତ୍ର ମଙ୍ଗଳବାର ଦିନ ସେଠାରେ ବହୁ ଭକ୍ତଙ୍କ ସମାଗମ ହୋଇଥାଏ। ଶ୍ରଦ୍ଧାଳୁଙ୍କ ବିଶ୍ୱାସ ଯେ, ଏହି ମନ୍ଦିରରେ ମାନସିକ କରିଥିବା ସମସ୍ତ ମନସ୍କାମନା ପୂରଣ ହୋଇଥାଏ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories