www.samajalive.in
Sunday, December 14, 2025
18.1 C
Bhubaneswar

କପିଳଙ୍କ ରେକର୍ଡ ଭାଙ୍ଗିଲେ ଷ୍ଟେନ

ଡର୍ବାନ : ଏଠାରେ ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ ଖେଳୁଥିବା ଅବସରରେ ଦକ୍ଷିଣ ଆଫ୍ରିକାର ଫାଷ୍ଟ ବୋଲର ଡେଲ ଷ୍ଟେନ୍‌ ପୂର୍ବତନ ଭାରତୀୟ ଅଧିନାୟକ କପିଳ ଦେବଙ୍କ ରେକର୍ଡ ଭଙ୍ଗ କରିଛନ୍ତି। କପିଳ ଟେଷ୍ଟ ଫର୍ମାଟରେ ମୋଟ ୪୩୪ଟି ୱିକେଟ ଅକ୍ତିଆର କରିଥିବାବେଳେ ଷ୍ଟେନ୍‌ ଏପର୍ଯ୍ୟନ୍ତ ୪୩୭ ୱିକେଟ ଦଖଲ କରି ତାଙ୍କୁ ଟପିଯାଇଛନ୍ତି। ଆନ୍ତର୍ଜାତିକ ସ୍ତରରେ ଶ୍ରୀଲଙ୍କାର ମୁଥୟା ମୁରଲୀଧରନ ସର୍ବାଧିକ ୮୦୦ ଟେଷ୍ଟ ୱିକେଟ ଅକ୍ତିଆର କରି ତାଲିକାର ଶୀର୍ଷରେ ଥିବାବେଳେ ତାଙ୍କ ପଛକୁ ଅଷ୍ଟ୍ରେଲିଆର ସେନ ୱାର୍ଣ୍ଣ ୨ୟ (୭୦୮), ଭାରତର ଅନିଲ କୁମ୍ବଲେ ୩ୟ (୬୧୯), ଇଂଲଣ୍ଡର ଜେମ୍‌ସ ଆଣ୍ଡରସନ ୪ର୍ଥ (୫୭୫), ଅଷ୍ଟ୍ରେଲିଆର ଗ୍ଲେନ ମ୍ୟାକ୍‌ଗ୍ରାଥ୍‌ ୫ମ (୫୬୩), ୱେଷ୍ଟଇଣ୍ଡିଜର କର୍ଟନି ୱାଲ୍‌ସ ୬ଷ୍ଠ (୫୧୬), ଡେଲ ଷ୍ଟେନ/ଷ୍ଟୁଆର୍ଟ ବ୍ରଡ୍‌ ୭ମ (ପ୍ରତ୍ୟେକ ୪୩୭) ସ୍ଥାନରେ ରହିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories