www.samajalive.in
Friday, December 5, 2025
17.1 C
Bhubaneswar

ଆରମ୍ଭ ହେଲା ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନ-ଧନ ପେନସନ୍‍ ଯୋଜନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନ-ଧନ ପେନସନ୍‍ ଯୋଜନା ଆରମ୍ଭ ହୋଇଛି। ଯୋଜନା ଅନୁସାରେ, ଅଣସଂଗଠିତ କ୍ଷେତ୍ରର ଶ୍ରମିକମାନେ ୬୦ ବର୍ଷ ପରେ ମାସିକ ସର୍ବନିମ୍ନ ୩ ହଜାର ଟଙ୍କାର ନିଶ୍ଚିତ ପେନ୍‍ସନ୍‍ ପାଇବେ। ଯେଉଁ ଶ୍ରମିକମାନେ ମାସିକ ୧୫ ହଜାର କିମ୍ବା ତା’ଠାରୁ କମ୍‍ ମଜୁରୀ ପାଉଛନ୍ତି ଓ ୧୮ରୁ ୪୦ ବର୍ଷ ବୟସ ମଧ୍ୟରେ ଆସୁଛନ୍ତି, ସେମାନେ ଏହି ଯୋଜନା ପାଇଁ ଯୋଗ୍ୟ ବିବେଚିତ ହେବେ। ଦେଶର ଅଣସଂଗଠିତ କ୍ଷେତ୍ରରେ ଶତକଡ଼ା ୪୨ ଭାଗ ଶ୍ରମିକ କାର୍ଯ୍ୟ କରୁଛନ୍ତି। ମଧ୍ୟବର୍ତ୍ତୀକାଳୀନ ବଜେଟ୍‍ରେ ଏହି ଯୋଜନାର ଘୋଷଣା କରାଯାଇଥିଲା। ପେନ୍‍ସନ୍‍ ପାଉଥିବା ଜରେ ଶ୍ରମିକର ମୃତ୍ୟୁ ଘଟିଲେ ତାଙ୍କର ପତି କିମ୍ବା ପତ୍ନୀ ଶତକଡ଼ା ୫୦ ଭାଗ ପେନ୍‍ସନ୍‍ ପାଇବାକୁ ହକ୍‍ଦାର ହେବେ। ଫାମିଲି ପେନ୍‍ସନ କେବଳ ପତି କିମ୍ବା ପତ୍ନୀଙ୍କ ମଧ୍ୟରେ ସୀମିତ ରହିବ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories