www.samajalive.in
Saturday, December 6, 2025
17.1 C
Bhubaneswar

ବ୍ରହ୍ମପୁରଠାରୁ ବାହାରିଲା ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଟ୍ରେନ୍‍

ଭୁବନେଶ୍ୱର: ଭାରତୀୟ ରେଳ ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ ମିଳିତ ଆନୁକୂଲ୍ୟରେ ଶୁକ୍ରବାରଦିନ ବ୍ରହ୍ମପୁରଠାରୁ ୯୮୦ଜଣ ବରିଷ୍ଠ ନାଗରିକଙ୍କୁ ନେଇ ଏକ ତୀର୍ଥଯାତ୍ରା ଟ୍ରେନ୍‍ ବାହାରିଛି। ସଚିବାଳୟରୁ ଭିଡ଼ିଓ କନଫେରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଟ୍ରେନ୍‍ ଯାତ୍ରାର ଶୁଭାରମ୍ଭ କରିଛନ୍ତି। ଏହି ୬ଦିନିଆ ଏହି ତୀର୍ଥଯାତ୍ରାରେ କନ୍ଧମାଳରୁ ୭୨, ବୌଦ୍ଧରୁ ୬୩, ନୟାଗଡରୁ ୧୩୯, ଗଜପତିରୁ ୮୩, ଗଞ୍ଜାମରୁ ୫୭୬ ଏବଂ ବ୍ରହ୍ମପୁର ଓ ଗଞ୍ଜାମ ପୌରାଞ୍ଚଳରୁ ଆଉ ୬୦ଜଣଙ୍କ ସମେତ ୨୮ଜଣ ସହଯୋଗୀ ଅଧିକାରୀଙ୍କୁ ନେଇ ତୀର୍ଥ ଟ୍ରେନ୍‍ ଯାତ୍ରା କରିଛି। ଯାତ୍ରୀମାନଙ୍କ ଖାଦ୍ୟ, ପାନୀୟ, ଚିକିତ୍ସା, ସୁରକ୍ଷା ସମସ୍ତ ବ୍ୟବସ୍ଥା ମାଗଣାରେ ଯୋଗାଇ ଦିଆଯାଇଛି। ଏହି ଯାତ୍ରୀମାନେ ଦକ୍ଷିଣ ଭାରତର ତାଞ୍ଜାଭୋର, ନାଗପାଟନମ, ଭେଇଲାନକିନି ଆଦି ତୀର୍ଥସ୍ଥାନ ପରିଦର୍ଶନ କରି ଆସନ୍ତା ୨୦ ତାରିଖରେ ଫେରିବେ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories