www.samajalive.in
Saturday, December 6, 2025
26.1 C
Bhubaneswar

ପଞ୍ଜାବ, ଜାମ୍ମୁରେ ରାତ୍ରିକାଳୀନ ଟ୍ରେନ୍‌ ସେବା ବାତିଲ

ନୂଆଦିଲ୍ଲୀ : ପାକିସ୍ତାନ ସହ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଥିବା ପରିପ୍ରେକ୍ଷୀରେ ରେଳ ମନ୍ତ୍ରଣାଳୟ ପକ୍ଷରୁ ପଞ୍ଜାବ ଓ ଜାମ୍ମୁରେ ରାତ୍ରିକାଳୀନ ଟ୍ରେନ୍‌ ସେବାକୁ ସାମୟିକ ଭାବେ ବାତିଲ କରାଯାଇଛି। ବିଗତ କିଛି ଦିନ ଧରି ପାକିସ୍ତାନ ପକ୍ଷରୁ ଭାରତର ସୀମାନ୍ତବର୍ତ୍ତୀ ଅଞ୍ଚଳକୁ ଘନ ଘନ ଡ୍ରୋନ୍‌ ଓ କ୍ଷେପଣାସ୍ତ୍ର ମାଡ କରାଯାଉଥିବାରୁ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି। ଫଳରେ ଅମୃତସର, ଭଟିଣ୍ଡା, ଫିରୋଜପୁର ଏବଂ ଜାମ୍ମୁ ବ୍ୟତୀତ ଏଲଓସି (ନିୟନ୍ତ୍ରଣ ରେଖା) ସନ୍ନିକଟ ସହରଗୁଡିକରେ ଏହି ସେବା ବାଧାପ୍ରାପ୍ତ ହେବାକୁ ଯାଉଛି। ଏହି ସବୁ ସମ୍ବେଦନଶୀଳ ସହରଗୁଡିକ ଦେଇ ରାତିରେ ଯାତାୟାତ କରୁଥିବା ଦୂରଗାମୀ ଯାତ୍ରୀବାହୀ ଟ୍ରେନଗୁଡିକୁ ବର୍ତ୍ତମାନ ଦିନ ବେଳା ଚଳାଚଳ କରିବାର ବ୍ୟବସ୍ଥା କରାଯାଉଛି। ତେବେ ସ୍ବଳ୍ପ ଦୂରତ୍ବକୁ ଅତିକ୍ରମ କରୁଥିବା ଟ୍ରେନଗୁଡିକୁ ପରବର୍ତ୍ତୀ ନିର୍ଦେଶ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବାତିଲ କରାଯାଇଛି। ଆବଶ୍ୟକ ପଡିଲେ ଏହି ରୁଟ୍‌ରେ ଦିନ ବେଳା ସ୍ବତନ୍ତ୍ର ଟ୍ରେନ ଚଳାଚଳର ବ୍ୟବସ୍ଥା କରାଯାଇପାରେ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories