www.samajalive.in
Saturday, December 6, 2025
26.1 C
Bhubaneswar

ଆଇଏମ୍‌ଏଫ୍‌କୁ ଭିକ ମାଗୁଛି ପାକିସ୍ତାନ: ଓୱେସୀ

ନୂଆଦିଲ୍ଲୀ : ଭାରତ ବିରୋଧରେ ଯୁଦ୍ଧ ଚଳାଇଥିବା ପାକିସ୍ତାନକୁ କଡା ସମାଲୋଚନା କରିଛନ୍ତି ଏମଆଇଏମ୍ଆଇଏମ୍‌ ମୁଖ୍ୟ ତଥା ହାଇଦରାବାଦ ସାଂସଦ ଅସାଦୁଦ୍ଦିନ ଓୱେସୀ। ସାଧାରଣତଃ ପାକିସ୍ତାନ ସପକ୍ଷବାଦୀ ମନ୍ତବ୍ୟ ଦେଇ ଆସୁଥିବା ଓୱେସୀ ଏବେ ନିଜର ଜାତୀୟତା ମନୋଭାବ ପ୍ରକାଶ କରିଛନ୍ତି। ଭାରତ ସହିତ ଯୁଦ୍ଧ ଚଳାଇଥିବାବେଳେ ପାକିସ୍ତାନ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍)କୁ ଋଣ ମାଗିଛି। ଆଇଏମ୍ଏଫ୍ ପାକିସ୍ତାନକୁ ୧୦୦ ବିଲିୟନ ଡଲାର ଋଣ ଅନୁମୋଦନ କରିଛି। ଯୁଦ୍ଧ ସମୟରେ ପାକିସ୍ତାନ ଆଇଏମଏଫକୁ ଋଣ ଆବେଦନ କରିବାକୁ ଓୱେସୀ ଭିକ ମାଗିବା ବୋଲି କହିଛନ୍ତି। ଓୱେସୀ କହିଛନ୍ତି ଯେ ପାକିସ୍ତାନ ଏକ ‘ଅଫିସିଆଲ ବେଗାର’। ଅନ୍ୟପଟେ ଆଇଏମ୍‌ଏଫ୍ ପାକିସ୍ତାନକୁ ଋଣ ଅନୁମୋଦନ କରିବାକୁ ମଧ୍ୟ ଓୱେସୀ ସମାଲୋଚନା କରିଛନ୍ତି। ଆଇଏମଏଫକୁ ସେ ‘ଇଣ୍ଟରନାସନାଲ ମିଲିଟାଣ୍ଟ ଫଣ୍ଡ’ ବୋଲି ବିବେଚନା କରିଛନ୍ତି। ପାକିସ୍ତାନକୁ ପାଣ୍ଠି ଦେବା ଲାଗି ଆମେରିକା, ଜର୍ମାନୀ ଓ ଜାପାନ ଭଳି ଦେଶ କିପରି ରାଜି ହେଲେ ବୋଲି ସେ ପ୍ରଶ୍ନ କରିଛନ୍ତି। ଓୱେସୀ କହିଛନ୍ତି ଯେ ପାକିସ୍ତାନ ଇସଲାମ ଧର୍ମକୁ ନେଇ ଅପପ୍ରଚାର କରୁଛି। ପାକିସ୍ତାନ ଇସଲାମ ଧର୍ମ ନାମରେ ଶାନ୍ତି ଭଙ୍ଗ କରିବା ପୂର୍ବକ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ଶତ୍ରୁତା ସୃଷ୍ଟି କରୁଛି। ପାକିସ୍ତାନ ଆମକୁ (ଭାରତୀୟ ମୁସଲମାନ)ଙ୍କୁ ଇସଲାମ ଧର୍ମ ସମ୍ପର୍କରେ ଶିକ୍ଷା ଦେବାର ଆବଶ୍ୟକତା ନାହିଁ। ଓୱେସୀ ଆହୁରି କହିଛନ୍ତି ଯେ ବିଶ୍ବ ସମୁଦାୟ ପାକିସ୍ତାନ ଠାରୁ ପରମାଣୁ ଅସ୍ତ୍ର ପ୍ରତ୍ୟାହାର କରିନେବା ଦରକାର। ଭାରତ ଉପରେ ପରମାଣୁ ଅସ୍ତ୍ର ପ୍ରୟୋଗ କରିବା ଲାଗି ପାକିସ୍ତାନ ବାରମ୍ବାର ଧମକ ଦେଉଛି। ତେଣୁ ପାକିସ୍ତାନ ପରମାଣୁ ଅସ୍ତ୍ର ରଖିବା ଲାଗି ଯୋଗ୍ୟ କି ନୁହେଁ ତାହା ବିଶ୍ବ ସମୁଦାୟ ବିଚାର କରିବା ପୂର୍ବକ ଏହାକୁ ପରମାଣୁ ଅସ୍ତ୍ର ନିରସ୍ତ୍ରୀକରଣ କରିବା ଦରକାର ବୋଲି ଓୱେସୀ କହିଛନ୍ତି।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories