www.samajalive.in
Saturday, December 6, 2025
15.1 C
Bhubaneswar

ଲକ୍ଷ୍ନୌରୁ ଇରାକ୍‍ର ନଜଫ୍‍କୁ ଆରମ୍ଭ ହେଲା ପ୍ରଥମ ବିମାନ ସେବା

ନୂଆଦିଲ୍ଲୀ: ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଲକ୍ଷ୍ନୌରୁ ଇରାକ୍‍ର ନଜଫ୍‍କୁ ପ୍ରଥମ ବିମାନର ଗୁରୁବାରଦିନ ଶୁଭାରମ୍ଭ କରିଛନ୍ତି। ଶ୍ରୀ ସିଂହ କହିଛନ୍ତି, ଦେଶର ଦୂରଦୂରାନ୍ତ ଅଞ୍ଚଳକୁ ବିମାନ ସଂଯୋଗ କରିବାକୁ ସରକାର ଚାହାନ୍ତି। ଏହି ବିମାନ ସଂଯୋଗ ପାଇଁ ସିଆ ସମ୍ପ୍ରଦାୟର ମୁସଲମାନମାନେ ଦୀର୍ଘ ଦିନରୁ ଦାବି କରି ଆସୁଥିଲେ। ଇରାକ୍‍ର ନଜଫ୍‍ ସହର ମୁସଲମାନ ସଂପ୍ରଦାୟ ପାଇଁ ଧାର୍ମିକ ଗୁରୁତ୍ୱ ବହନ କରେ। ଲକ୍ଷ୍ନୌ ଓ ଏହାର ଆଖପାଖ ଅଞ୍ଚଳରେ ବହୁ ସଂଖ୍ୟାରେ ସିଆ ମୁସଲମାନମାନେ ବସବାସ କରୁଛନ୍ତି। ଲକ୍ଷ୍ନୌରୁ ନଜଫ୍‍କୁ ବିମାନ ଯାତ୍ରା ପ୍ରାୟ ସାଢ଼େ ପାଞ୍ଚ ଘଣ୍ଟା ସମୟ ନେବ ଓ ଏହା ସୋମବାର ଏବଂ ଗୁରୁବାର ଚଳାଚଳ କରିବ। ଏହା ଦୁଇ ଦେଶ ମଧ୍ୟରେ ଶିକ୍ଷା ଓ ପର୍ଯ୍ୟଟନର ବିକାଶରେ ସହାୟତା କରିବ ବୋଲି ସେ କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories