www.samajalive.in
Saturday, December 6, 2025
15.1 C
Bhubaneswar

ରାଜନୈତିକ ଦଳକୁ ଭେଟିଲେ ନିର୍ବାଚନ କମିଶନଙ୍କ ଛଅଜଣିଆ ଟିମ୍‌

ଭୁବନେଶ୍ୱର: ମୁଖ୍ୟ ନିର୍ବାଚନ କମିଶନଙ୍କ ଏକ ୬ ଜଣିଆ ଟିମ୍‍ ରାଜ୍ୟରେ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବା ଲାଗି ଓଡ଼ିଶା ଆସିଛନ୍ତି। ଏହି ଟିମ୍‍ ରାଜ୍ୟର ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଭୁବନେଶ୍ୱରରେ ଏକ ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଆଲୋଚନା କାଳରେ କଂଗ୍ରେସ, କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିରୋଧରେ ଅଭିଯୋଗ କରିଥିବା ବେଳେ ରାଜ୍ୟ ସରକାରଙ୍କ ବିରୋଧରେ ବିଜେପି କେତେକ ପ୍ରସଙ୍ଗ ଉଠାଇଥିଲା। ସେହିପରି କେନ୍ଦ୍ର ସରକାର ଏବଂ ବିଜେପି ବିରୋଧରେ ବିଜେଡ଼ି ମଧ୍ୟ ନିଜର ଆଭିମୁଖ୍ୟ ରଖିଥିଲା। ନରସିଂହ ମିଶ୍ରଙ୍କ ନେତୃତ୍ୱରେ କଂଗ୍ରେସ ପ୍ରତିନିଧିମାନେ କମିଶନଙ୍କ ଟିମ୍‍ ସହ ଆଲୋଚନା କରିଥିବା ବେଳେ ଭୃଗୁ ବକ୍ସିପାତ୍ରଙ୍କ ନେତୃତ୍ୱରେ ବିଜେପି ପ୍ରତିନିଧି ଏବଂ ବିଜେଡ଼ିର ଅମର ପଟ୍ଟନାୟକ, ସମ୍ବିତ ପାତ୍ରଙ୍କ ନେତୃତ୍ୱରେ ଦଳୀୟ ପ୍ରତିନଧିମାନେ ଆଲୋଚନା କରିଥିଲେ। କମିଶନଙ୍କ ଟିମ୍‍ ଆସନ୍ତାକାଲି ପୋଲିସ୍‍ ଏବଂ ପ୍ରଶାସନ ସହିତ ନିର୍ବାଚନ ପରିଚାଳନା ସଂପର୍କରେ ଆଲୋଚନା କରିବା ସହ ସମୀକ୍ଷା କରିବେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories