www.samajalive.in
Friday, December 5, 2025
26.1 C
Bhubaneswar

ପ୍ରେମ ଦିବସରେ କଂଗ୍ରେସର ଟୁଇଟରରେ ବିଜେପିକୁ ଅଭିନବ ସମାଲୋଚନା

ନୂଆଦିଲ୍ଲୀ : ପ୍ରେମ ଓ ଯୁଦ୍ଧରେ ସବୁକିଛି ଶୁଣିବାକୁ ପଡିଥାଏ। ଏଥିରେ ରାଜନୀତି ବା କିପରି ବାଦ ପଡିବ। ଏଭଳି ଏକ ଘଟଣା ଗୁରୁବାର ପ୍ରେମ ଦିବସ ବା ଭ୍ୟାଲେଣ୍ଟାଇନ ଡେ ରେ ଦେଖିବାକୁ ମିଳିଛି। ଏହି ଅବସରରେ କଂଗ୍ରେସ ସମାଜିକ ଗଣମାଧ୍ୟମରେ ବିଜେପିକୁ ପ୍ରେମର ଭଙ୍ଗିରେ ତାତ୍ସଲ୍ୟ କରୁଥିବା ଦେଖିବାକୁ ମିଳିଛି। କଂଗ୍ରେସ ନିଜର ଟୁଇଟର ଆକାଉଣ୍ଟରେ ପ୍ରେମ କରନ୍ତୁ, ଘୃଣା ନୁହେଁର ଟ୍ୟାଗ କରି ବିଜେପି ନେତା ମାନଙ୍କୁ ସମାଲୋଚନା କରିଛନ୍ତି।
ଏହି ଟୁଇଟର ପ୍ରେମ ତାତ୍ସଲ୍ୟରେ କଂଗ୍ରେସ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରିଥିଲା। କଂଗ୍ରେସ ଟୁଇଟରେ ମୋଦୀଙ୍କ ଏକ ଚୌକିଦାର ବେଶରେ ଛିଡା ହୋଇଥିବା କାର୍ଟୁନ(ବ୍ୟଙ୍ଗଚିତ୍ର) ପୋଷ୍ଟ କରିଥିଲା। ଆପଣ ଅନିଲ ଆମ୍ବାନୀ କି? ମୁଁ ଆପଣଙ୍କ ଚୌକିଦାର ହେବାକୁ ଚାହୁଁଛି। ବୋଲି ପୋଷ୍ଟରେ ଲେଖାଯାଇଥିଲା। ରାଫେଲ ଡିଲକୁ କଂଗ୍ରେସ ଏହି ତାତ୍ସଲ୍ୟ କରିଥିବା ଜଣାପଡିଛି।
ପରେ ଅନ୍ୟ ଏକ ଟୁଇଟରେ କଂଗ୍ରେସ ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣଙ୍କ କାର୍ଟୁନ(ବ୍ୟଙ୍ଗଚିତ୍ର) କରାଯାଇଥିଲା। ଯେଉଁଥିରେ ତାଙ୍କ ପାଟିରେ ପଟି ଲଗାଇ ଛିଡା ହୋଇଥିବା ଦେଖିବାକୁ ମିଳିଛି। ରାଫେଲ ଡିଲରେ ସେ କିଛି କହୁନଥିବା କଂଗ୍ରେସ ଅଭିଯୋଗ କରିଛି।
ସେହିପରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ କାର୍ଟୁନ(ବ୍ୟଙ୍ଗଚିତ୍ର) କରାଯାଇ କର୍ଣ୍ଣାଟକରେ ବିଧାୟକ ମାନଙ୍କୁ କିଣୁଥିବା ଅଭିଯୋଗ କରାଯାଇଛି।
ପରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କାର୍ଟୁନ(ବ୍ୟଙ୍ଗଚିତ୍ର) କରାଯାଇଛି।
ଏଥିରେ ଯୋଗୀଙ୍କ ନୂତନ ନାମକରଣ ନିଷ୍ପତ୍ତିକୁ ନେଇ ତାତ୍ସଲ୍ୟ କରାଯାଇଛି।
କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲଙ୍କ କାର୍ଟୁନ(ବ୍ୟଙ୍ଗଚିତ୍ର) କରି ଆପଣ ହାଇସ୍ପିଡ ରେଳ କି? କାରଣ ତୁମେ ମୋ ମସ୍ତିକରେ ଦୁଇଗୁଣ ଜୋରରେ ଦୌଡୁଛ ବୋଲି ସମାଲୋଚନା କରାଯାଇଛି।
ଶେଷରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ କାର୍ଟୁନ(ବ୍ୟଙ୍ଗଚିତ୍ର)ରେ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପ୍ରଶ୍ନ କରିଥିଲେ। ଏହି ଭଳି ଭାବରେ କଂଗ୍ରେସ ନିଜର ଭ୍ୟାଲେଟାଇନ ଡେ ପାଳନ କରୁଥିବା ସମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories