ପଞ୍ଜାବ: ବହୁ କୋଟି ଟଙ୍କା ସମ୍ବଳିତ ସିନ୍ଥେଟିକ୍ ନିଶାଦ୍ରବ୍ୟ ମାମଲାରେ ଅର୍ଜୁନ ପୁରସ୍କାର ବିଜେତା କୁସ୍ତି ପ୍ରତିଯୋଗୀ ତଥା ପୂର୍ବତନ ପଞ୍ଜାବ ଡି.ଏସ୍.ପି. ଜଗଦିଶ୍ ସିଂହ ଭୋଲାଙ୍କୁ ମୋହାଲି ସ୍ଥିତ ସ୍ୱତନ୍ତ୍ର ସି.ବି.ଆଇ. କୋର୍ଟ ୧୨ ବର୍ଷର ଜେଲ ଦଣ୍ଡାଦେଶ ଦେଇଛନ୍ତି। ଭୋଲାଙ୍କ ବିରୁଦ୍ଧରେ ୨୦୧୩ରେ ରୁଜୁ ହୋଇଥିବା ସାତଟି ମାମଲା ମଧ୍ୟରୁ ତିନୋଟିରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଅନ୍ୟ ଦୁଇ ମାମଲାରେ ତାଙ୍କୁ ୧୦ ବର୍ଷ ଓ ୨ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ହୋଇଛି। ସମସ୍ତ ତିନୋଟି ଯାକ ମାମଲାର ଦଣ୍ଡ ତାଙ୍କୁ ଏକକାଳୀନ ଭାବେ ଭୋଗ କରିବାକୁ ପଡ଼ିବ ଓ ସେଥିମଧ୍ୟରୁ ସେ ୬ବର୍ଷ ଜେଲରେ କଟାଇ ସାରିଛନ୍ତି। କୋର୍ଟ ତାଙ୍କୁ ୨ଲକ୍ଷ ୨୦ହଜାର ଟଙ୍କାର ଜୋରିମାନା କରିଛନ୍ତି।
Popular Categories



