www.samajalive.in
Sunday, December 14, 2025
17.1 C
Bhubaneswar

ବିଜେଡିର ରାଜନୈତିକ ବ୍ୟାପାର କମିଟି ଗଠିତ

ସମାଜ ଡିଜିଟାଲ ଡେସ୍କ: ନବୀନ ପଟ୍ଟନାୟକ ବିଜେଡିର ସଭାପତି ଭାବେ ୯ମ ଥର ପାଇଁ ନିର୍ବାଚିତ ହେବା ପରେ ସୋମବାର ଦଳର ସାଙ୍ଗଠନିକ କର୍ମକର୍ତ୍ତା ତଥା ରାଜନୈତିକ ବ୍ୟାପାର କମିଟି (ପଲିଟିକାଲ ଆଫାୟାର୍ସ କମିଟି) ଗଠନ କରାଯାଇଛି। କମିଟିର ବିଭିନ୍ନ ପଦପଦବୀରେ ନେତାମାନଙ୍କୁ ନିଯୁକ୍ତ କରାଯାଇଛି। ଏ ନେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ସୋମବାର ଘୋଷଣା କରିଛନ୍ତି।

ବରିଷ୍ଠ ଉପସଭାପତି ଭାବେ ୫ ଜଣଙ୍କୁ ଚୟନ କରାଯାଇଥିବାବେଳେ ୧୦ ଜଣଙ୍କୁ ଉପସଭାପତି ପଦରେ ଅବସ୍ଥାପିତ କରାଯାଇଛି। ୩୫ ଜଣଙ୍କୁ ସାଧାରଣ ସମ୍ପାଦକ ଦାୟିତ୍ଵ ଦିଆଯାଇଛି। ବଦ୍ରି ନାରାୟଣ ପାତ୍ରଙ୍କୁ ଶିକ୍ଷା ଓ ଶିକ୍ଷକ ସେଲ, ମଙ୍ଗଳା କିଷନଙ୍କୁ ଆଦିବାସୀ ସେଲ, ଅରୁଣ ସାହୁଙ୍କୁ ଓବିସି ସେଲ୍‌ ଦାୟିତ୍ଵ ଦିଆଯାଇଛି। କମିଟି ରାଜ୍ୟ, ଜିଲ୍ଲା ଓ ବ୍ଲକ ସ୍ତରରେ କ୍ରିୟାଶୀଳ ହୋଇପାରିବ। ଏଥିସହ ସଂଖ୍ୟାଲଘୁ କମିଟି ମଧ୍ୟ ଘୋଷଣା କରାଯାଇଛି। ଏଥିରେ ଦିଲୀପ ତିର୍କୀଙ୍କୁ ସଂଯୋଜକ ଭାବରେ ଦାୟିତ୍ଵ ଦିଆଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories