ସମାଜ ଡିଜିଟାଲ ଡେସ୍କ: ଗତ ଏପ୍ରିଲ ୨୭ ତାରିଖରେ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ(ଓଏସଏସସି) ପକ୍ଷରୁ ବିଭିନ୍ନ ପଦବୀ ନିମନ୍ତେ ଆୟୋଜିତ ମିଳିତ ନିଯୁକ୍ତି ପରୀକ୍ଷାକୁ ରଦ୍ଦ କରିଦିଆଯାଇଛି। ଓଏସଏସସି ପକ୍ଷରୁ ସୋମବାର ଏ ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି କରି ଘୋଷଣା କରାଯାଇଛି। ପରିଚାଳନାଗତ ତ୍ରୁଟି ଯୋଗୁ ପରୀକ୍ଷାକୁ ରଦ୍ଦ କରାଯାଇଛି। ଆସନ୍ତା ଜୁଲାଇ ୬ ତାରିଖରେ ସାନି ପରୀକ୍ଷା ଅନୁଷ୍ଠିତ ହେବ ବୋଲି କୁହାଯାଇଛି।
ସୂଚନା ଅନୁସାରେ, ଗତ ୨୭ ତାରିଖରେ ଅନୁଷ୍ଠିତ ଏହି ପରୀକ୍ଷାରେ ପାଠ୍ୟକ୍ରମ ବାହାରୁ ବହୁ ପ୍ରଶ୍ନ ପଡ଼ିଥିଲା। ଯାହାକୁ ନେଇ ପରୀକ୍ଷାର୍ଥୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ କରାଯିବା ସହିତ ପରୀକ୍ଷା ରଦ୍ଦ କରିବାକୁ ଦାବି ହୋଇଥିଲା। ଏ ନେଇ ଓଏସଏସସି ପକ୍ଷରୁ ପରୀକ୍ଷାର୍ଥୀମାନଙ୍କ ମତାମତ ଲୋଡ଼ାଯାଇଥିଲା। ତାହାକୁ ଆଧାର କରି ଆୟୋଗ ଏହି ନିଷ୍ପତ୍ତି ନେଇଛନ୍ତି।



