www.samajalive.in
Friday, December 12, 2025
19.1 C
Bhubaneswar

ନିଟ୍ ପରୀକ୍ଷାରେ ଚେହେରା ପ୍ରମାଣୀକରଣ ପ୍ରକ୍ରିୟା ସଫଳତାର ସହ ଆୟୋଜିତ

ଡେସ୍କ: ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା – ନିଟ୍ ୟୁଜି ୨୦୨୫ରେ ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧୀକରଣ (UIDAI) ଚେହେରା ପ୍ରମାଣୀକରଣ ପ୍ରକ୍ରିୟାର ସଫଳତାର ସହ ଆୟୋଜନ କରିଥିବା ଜଣାପଡିଛି। ନ୍ୟାସନାଲ ଇନଫର୍ମେଟିକ୍ସ ସେଣ୍ଟର (NIC) ଏବଂ ଜାତୀୟ ପରୀକ୍ଷଣ ସଂସ୍ଥା (ଏନଟିଏ)ର ମିଳିତ ସହଯୋଗରେ ଚେହେରା ପ୍ରମାଣୀକରଣ ପ୍ରକ୍ରିୟାର ବ୍ୟବହାର କରାଯାଇଥିଲା। ଉନ୍ନତ ବାୟୋମେଟ୍ରିକ୍ ଜ୍ଞାନକୌଶଳ ବ୍ୟବହାର କରି ପରୀକ୍ଷା ସୁରକ୍ଷା ଏବଂ ପ୍ରାର୍ଥୀ ଯାଞ୍ଚ ପ୍ରକ୍ରିୟାକୁ ବୃଦ୍ଧି କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଇଛି।

ଭାରତର ଅନ୍ୟତମ ବୃହତ୍ତମ ପ୍ରବେଶିକା ପରୀକ୍ଷାରେ ଭାଗ ନେଉଥିବା ପରୀକ୍ଷାର୍ଥୀଙ୍କ ପରିଚୟ ଯାଞ୍ଚ କରିବାର ମାଧ୍ୟମ ଭାବରେ ଆଧାର ଆଧାରିତ ଚେହେରା ପ୍ରମାଣୀକରଣର ଦୃଢ଼ତା ମୂଲ୍ୟାଙ୍କନ କରିବା ଏହି ପ୍ରକ୍ରିୟାର ଉଦ୍ଦେଶ୍ୟ ଥିଲା। ଆଧାର ଆଧାରିତ ଚେହେରା ପ୍ରମାଣୀକରଣ କୌଶଳ ଦିଲ୍ଲୀର ବଛାବଛା ନିଟ୍ କେନ୍ଦ୍ରରେ କରାଯାଇଥିଲା ଏବଂ ଏନଆଇସିର ଡିଜିଟାଲ ଭିତ୍ତିଭୂମି ଏବଂ ଏନଟିଏର ପରୀକ୍ଷା ପ୍ରୋଟୋକଲ ସହିତ ସମନ୍ୱିତ ହୋଇଥିଲା।

- Advertisement -

ଆଧାରର ବାୟୋମେଟ୍ରିକ ଡାଟାବେସ୍ ବ୍ୟବହାର କରି ରିୟଲ ଟାଇମରେ ଚେହେରା ପ୍ରମାଣୀକରଣ କରାଯାଇଥିଲା, ଯାହା ପ୍ରକ୍ରିୟାକୁ ଯୋଗାଯୋଗ ବିହୀନ ଏବଂ ଅଧିକ ଶୃଙ୍ଖଳିତ କରିଥିଲା। ଏହାର ଫଳାଫଳ ପ୍ରାର୍ଥୀ ଯାଞ୍ଚରେ ବହୁତ ଉଚ୍ଚ ସ୍ତରର ସଠିକତା ଏବଂ ଦକ୍ଷତା ପ୍ରଦର୍ଶନ କରିଥିଲା।

Hot this week

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

Related Articles

Popular Categories