www.samajalive.in
Friday, December 12, 2025
27.1 C
Bhubaneswar

ଆଉ କାମ ଦେବନି ସ୍କାଇପି, ଆସିଲା ‘ଟିମ୍ସ’

ନୂଆଦିଲ୍ଲୀ : ମାଇକ୍ରୋସଫ୍ଟ ଆଜି (ମେ ୫) ନିଜ ଲୋକପ୍ରିୟ ଭିଡିଓ କଲିଂ ଆପ୍ ସ୍କାଇପିକୁ ବନ୍ଦ କରିଦେଇଛି । ସ୍କାଇପିକୁ ୨୦୦୩ରେ ଲଞ୍ଚ୍ କରାଯାଇଥିଲା । ସେହି ସମୟରେ ଇଣ୍ଟରନେଟରେ ଭଏସ୍ ଓ ଭିଡିଓ କଲର ସୁବିଧା ଦେଉଥିବା ଏହା ସବୁଠୁ ଲୋକପ୍ରିୟ ପ୍ଲାଟଫର୍ମ ଥିଲା । ଏବେ କମ୍ପାନୀ ଏହା ବଦଳରେ ମାଇକ୍ରୋସଫ୍ଟ ଟିମ୍ସ ଉପରେ ଧ୍ୟାନ ଦେଉଛି । ପୂର୍ବରୁ ସ୍କାଇପି ବ୍ୟବହାର କରୁଥିବା ୟୁଜର୍ ସହଜରେ ଟିମ୍ସକୁ ବ୍ୟବହାର କରିପାରିବେ ।

ସ୍କାଇପରେ ବର୍ତ୍ତମାନ ଥିବା ସମସ୍ତ ଚାଟ୍ ଓ କଣ୍ଟାକ୍ଟକୁ ମାଇକ୍ରୋସଫ୍ଟ ଟିମ୍ସରେ ସହଜରେ ଲଗଇନ୍ ଦ୍ବାରା ଆକ୍ସେସ୍ କରିହେବ । ୟୁଜର୍ସ ଟିମ୍ସ ଓ୍ବେବସାଇଟରୁ ଆପ୍ ଡାଉନଲୋଡ୍ କରି ସ୍କାଇପରେ ବ୍ୟବହାର କରୁଥିବା ଆକାଉଣ୍ଟ ଆଇଡିଓ ପାସଓ୍ବର୍ଡ ବ୍ୟବହାର କରି ଏହାକୁ କାର୍ଯ୍ୟକ୍ଷମ କରିପାରିବେ । ନିଜର ସମସ୍ତ ଉପଭୋକ୍ତାଙ୍କୁ ଗୋଟିଏ ପ୍ଲାଟଫର୍ମକୁ ଆଣିବା ଲକ୍ଷ୍ୟ ରଖି ଏଭଳି ପଦକ୍ଷେପ ନେଇଛି ମାଇକ୍ରୋସଫ୍ଟ । ଯଦି କିଏ ଆପଣଙ୍କୁ ସ୍କାଇପିରେ କଲ୍ କରେ ତେବେ ଆପଣ ଟିମ୍ସରେ ସେହି କଲ୍ ଗ୍ରହଣ କରିପାରିବେ । ଶେଷରେ ସବୁ ଉପଭୋକ୍ତା ଟିମ୍ସରେ ସାମିଲ ହେବା ପରେ ସ୍କାଇପି କାମ କରିବା ବନ୍ଦ କରିଦେବ ।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories