www.samajalive.in
Saturday, December 6, 2025
15.1 C
Bhubaneswar

ଅଶ୍ଳୀଳ ଫଟୋ ରଖି ବ୍ଲାକମେଲିଂ, ଅଭିଯୁକ୍ତକୁ ୩ବର୍ଷ ଜେଲ

ଫୁଲବାଣୀ : ନାବାଳିକାଙ୍କ ଅଶ୍ଳୀଳ ଫଟୋ ରଖି ବ୍ଲାକମେଲିଂ କରିବା ଅଭିଯୋଗରେ ଫୁଲବାଣୀ ପୋକସୋ ଅଦାଲତ ଅଭିଯୁକ୍ତକୁ ୩ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ଦୋଷୀକୁ ୨୫ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦେୟ ଅଧିକ ୧୦ ମାସ ଜେଲ ଭୋଗିବାକୁ ପଡିବ ବୋଲି ରାୟରେ ଉଲ୍ଲେଖ କରିଛନ୍ତି ବିଚାରପତି। ଅଭିଯୁକ୍ତ ଜଣକ ହେଲେ ଛତିଶଗଡ ରାଜ୍ୟ ପୁଞ୍ଜିପଥର ଥାନା ଅର୍ନ୍ତଗତ ଉଜଲପୁର ଗ୍ରାମର ଭାଗିରଥି ଦୀପ।
ଘଟଣା ଅନୁଯାୟୀ, ଅଭିଯୁକ୍ତ ଭାଗିରଥି ଖଜୁରୀପଡା ଥାନା ଅନ୍ତର୍ଗତ ଜଣେ ନାବାଳିକାଙ୍କ ଅଶ୍ଳୀଳ ଫଟୋ ରଖି ଧମକ ଦେବା ସହ ବିଭିନ୍ନ ପ୍ରକାର ବ୍ଲାକମେଲିଂ କରୁଥିଲେ। ଏ ନେଇ ପୀଡ଼ିତାଙ୍କ ପରିବାର ପକ୍ଷରୁ ଖଜୁରୀପଡା ଥାନାରେ ଏତଲା ଦିଆଯାଇଥିଲା ଓ ଅଭିଯୋଗ ଆଧାରରେ ଖଜୁରୀପଡା ପୁଲିସ ୪୦/୨୩ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଥିଲା। ଏହି ମାମଲାର ଶୁଣାଣି କରି ଫୁଲବାଣୀ ସ୍ବତନ୍ତ୍ର ପୋକସୋ କୋର୍ଟ ବିଚାରପତି ସାକ୍ଷ୍ୟ ପ୍ରମାଣ ଆଧାରରେ ଉପରୋକ୍ତ ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଅସୀମ ପ୍ରହରାଜ ମାମଲା ପରିଚାଳନା କରୁଥିଲେ।

ଦୀର୍ଘ ବର୍ଷ ପରେ ଅକ୍ଷୟ ତୃତୀୟାରେ ଲକ୍ଷ୍ମୀନାରାୟଣ ରାଜଯୋଗ; ଆଜି ଠାରୁ ଏହି ରାଶିଙ୍କୁ ମାଲାମାଲ୍‌ କରିବେ ମା’ଲକ୍ଷ୍ମୀ, ବଢିବ ଦରମା, ରହିବନି ଚିନ୍ତା

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories