ଅକ୍ଷୟ ତୃତୀୟା ପର୍ବ ଚଳିତ ବର୍ଷ ଏପ୍ରିଲ ୩୦ ଅର୍ଥାତ୍ ବୁଧବାର ପାଳନ କରାଯାଉଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୈଶାଖ ମାସର ଶୁକ୍ଳପକ୍ଷର ତୃତୀୟା ତିଥିରେ ଅକ୍ଷୟ ତୃତୀୟା ପାଳନ କରାଯାଏ । ଚଳିତ ବର୍ଷର ଅକ୍ଷୟ ତୃତୀୟା ଖୁବ୍ ଖାସ୍ । କାରଣ ଗ୍ରହଙ୍କ ଚଳନ ହେତୁ ଏହି ଦିନ ଲକ୍ଷ୍ମୀ-ନାରାୟଣ ରାଜଯୋଗ, ମାଲବ୍ୟ ଯୋଗ, ଅକ୍ଷୟ ଯୋଗ, ଆଦିତ୍ୟ ଯୋଗ, ଗଜକେସରୀ ରାଜଯୋଗର ସଂଯୋଗ ହେଉଛି ।
ଏହି ଦିନ ଶ୍ରୀହରି, ମା’ଲକ୍ଷ୍ମୀ ଓ ଧନର ଦେବତା କୁବେରଙ୍କ ଉପାସନା କରାଯାଏ । ଅକ୍ଷୟ ତୃତୀୟାରେ ହେବାକୁ ଯାଉଥିବା ଶୁଭ ଯୋଗ ଫଳରେ କିଛି ରାଶି ବ୍ୟକ୍ତି ବିଶେଷ ମାଲାମାଲ୍ ହେବେ । ଜାଣନ୍ତୁ..
ବୃଷ- ଏହି ରାଶିଙ୍କୁ ଧନ ଲାଭ ହେବ। କର୍ମକ୍ଷେତ୍ରରେ ଉନ୍ନତି ହେବ । ଅନେକ କାର୍ଯ୍ୟରେ ସଫଳତା ମିଳିବ । ସ୍ୱାସ୍ଥ୍ୟ ଉତ୍ତମ ରହିବ ।
ସିଂହ- ଜୀବନରେ ହସଖୁସିର ଆଗମନ ହେବ। ଚାକିରିରେ ପଦନ୍ନୋତି, ସହ ଦରମା ବୃଦ୍ଧି ହେବ । ଦୀର୍ଘ ଦିନରୁ ଅଟକି ଥିବା କାର୍ଯ୍ୟ ପୂରଣ ହେବ ।
କନ୍ୟା- ଚାକିରି ଉନ୍ନତି ହେବ । ପୁରୁଣା ସମସ୍ୟା ଦୂର ହେବ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ଏହି ଦିନ ମା’ଲକ୍ଷ୍ମୀ ଓ ପ୍ରଭୁ ଗଣେଶଙ୍କ ପୂଜା କରିବା ଦ୍ୱାରା ଅଧିକ ଶୁଭଫଳ ମିଳିବ ।
ବିଛା- ଧନ ଲାଭର ଯୋଗ ରହିଛି । ଆର୍ଥିକ ସ୍ଥିତି ମଜଭୁତ ହେବ । ବ୍ୟବସାୟୀ ଲାଭବାନ୍ ହେବେ ।
କୁମ୍ଭ- ବ୍ୟବସାୟରେ ଉନ୍ନତି ହେବ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ । ସ୍ୱାସ୍ଥ୍ୟ ଉତ୍ତମ ରହିବ ।
ଜାଣନ୍ତୁ ଅକ୍ଷୟ ତୃତୀୟାରେ ରାଶି ଅନୁଯାୟୀ କ’ଣ କିଣିଲେ : ବର୍ଷିବ ମା’ଲକ୍ଷ୍ମୀଙ୍କ କୃପା



