ଗୁରୁଡିଝାଟିଆ: ଚୋରି ଅଭିଯୋଗରେ ଗୁରୁଡିଝାଟିଆ ଥାନା ପୁଲିସ ଦିଗୁଆର ଗଇପଇ ନାମକ ଯୁବକକୁ ଗିରଫ କରି ହାଜତ ଚାଲାଣ କରିଥିବା ବେଳେ ତା ‘ଠାରୁ ଚୋରି ସାମଗ୍ରୀ ଉଦ୍ଧାର କରିଛି। ପ୍ରକାଶ ଯୋଗ୍ୟ ଗୋବରା ଗାଁ ଦେବୀ ପ୍ରାସାଦ ଥାଟୋଇର ଆମ୍ବ ବଗିଚାରେ ଥିବା ଏକ ଟିଣ ଛପର ଘରକୁ ତାଡି ଅଭିଯୁକ୍ତ ୧୫ ଖଣ୍ଡ ଟିଣ ଚୋରାଇ ନେଇ ଥିଲା। ଏହା ସହ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ନେଇ ଯାଇଥିଲା। ଏ ସଂପର୍କରେ ଥାନାରେ ଅଭିଯୋଗ ହେବା ପରେ ଥାନା ଅଧିକାରୀ ତପନ କୁମାର ପତି ତଦନ୍ତ କରି ଦିଗୁଆରକୁ ଗିରଫ କରି ଚୋରି ସାମଗ୍ରୀ ଜବତ କରିବା ସହ ଅଭିଯୁକ୍ତକୁ ହାଜତ ଚାଲାଣ କରିଥିଲେ।
Popular Categories



