www.samajalive.in
Monday, December 15, 2025
17.1 C
Bhubaneswar

ପହଲଗାମ ମୃତକଙ୍କୁ ପୂର୍ବତନ ସୈନିକଙ୍କ ଶ୍ରଦ୍ଧାଞ୍ଜଳି

ଆଠଗଡ : ଜାମ୍ମୁ-କାଶ୍ମୀରର ପହଲଗାମରେ ଗତ ଏପ୍ରିଲ ୨୨ ତାରିଖ ଦିନ ଆତଙ୍କବାଦୀଙ୍କ ବର୍ବୋରଚିତ ଆକ୍ରମଣରେ ଦୁଇ ବିଦେଶୀ ପର୍ଯ୍ଯଟକଙ୍କ ସମେତ ଜଣେ ଓଡିଆ ପର୍ଯ୍ଯଟକ ଏବଂ ଜଣେ ନୌସେନା ଅଧିକାରୀଙ୍କ ସମେତ ୨୮ ଜଣ ମୃତ୍ୟୁବରଣ କରିଛନ୍ତି । ଏହି ଘୃଣିତ ଆକ୍ରମଣ ଘଟଣାକୁ ଆଠଗଡ ପୂର୍ବତନ ସୈନିକ ସଂଘ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ବାଣୀକଣ୍ଠନଗର ନୀଳକଣ୍ଠେଶ୍ଵର ମନ୍ଦିରରେ ସୋମବାର ସଂଘ ପକ୍ଷରୁ ମୃତକଙ୍କ ଆତ୍ମାର ସଦଗତି କାମନା କରି ସାମୁହିକ ପ୍ରଦୀପ ପ୍ରଜ୍ବଳନ ସହିତ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଉପଲକ୍ଷେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ସଂଘର ସଭାପତି କ୍ୟାପଟେନ ପ୍ରଫୁଲ୍ଲ କୁମାର ପରିଡା, ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ନାୟକ, ବାଣୀକଣ୍ଠନଗର ସଭାପତି ନୀଳାଦ୍ରି ସାହୁ ଓ ଶିକ୍ଷାବିତ ତ୍ରିଲୋଚନ ଦାଶ ପ୍ରମୁଖ ଏହି ବର୍ବୋରଚିତ ଆତଙ୍କବାଦୀ ଆକ୍ରମଣକୁ ତୀବ୍ର ନିନ୍ଦା କରିବା ସହ ଆତଙ୍କବାଦୀ ଓ ସେମାନଙ୍କୁ ପ୍ରୋତ୍ସାହନ ଦେଉଥିବା ଶକ୍ତି ବିରୋଧରେ ଭାରତ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ । ଭାରତ ସରକାରଙ୍କ ଦୃଢ ନିଷ୍ପତ୍ତିକୁ ସମର୍ଥନ ଜଣାଇ ସଂଘ ପକ୍ଷରୁ ପ୍ରସ୍ତାବ ଗୃହିତ ହୋଇଥିଲା । ସଂଘର କର୍ମକର୍ତ୍ତା ସର୍ବଶ୍ୱେର ରାଉତ, ଗିରିଜା ଶଙ୍କର ପ୍ରଧାନ, ପ୍ରସନ୍ନ କୁମାର ନାୟକ, ସନ୍ତୋଷ କୁମାର ରାଉତ, ଉପେନ୍ଦ୍ର ବେହେରା, ଗୌରାଙ୍ଗ ମହନ୍ତ, ନିତ୍ୟାନନ୍ଦ ଧଳ, ଲକ୍ଷ୍ମୀଧର ମହାରଣା, ପ୍ରହ୍ଲାଦ ମହାରଣା, ପ୍ରକାଶ ରାଉତ ସେଠୀ, ବିଚିତ୍ର ମୋହନ ସ୍ୱାଇଁ, କୁଲୁ ମାନସିଂହ, ବିଜୟ ଦାସ, ଇନ୍ଦ୍ରଜିତ ମନ୍ତ୍ରୀଙ୍କ ସମେତ ଅନ୍ଯ ସଦସ୍ୟ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ ଘଟଣାକୁ ନିନ୍ଦା କରିବା ସହିତ ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories