www.samajalive.in
Sunday, December 14, 2025
17.1 C
Bhubaneswar

ଆଶୀର୍ବାଦଙ୍କ ପରିବାରକୁ ଭେଟିଲେ ସିପିଆଇ(ଏମ୍‌‌ଏଲ୍‌‌) ଲିବରେସନ ଦଳ

ପିପିଲି :ଡେଲାଙ୍ଗ ରତନପୁର ଗ୍ରାମର ୧୧ ବର୍ଷୀୟ ନାବାଳକ ଆଶୀର୍ବାଦ ସାହୁଙ୍କୁ ଅପହରଣ ପରେ ଅତି ଜଘନ୍ୟ ଭାବେ ହତ୍ୟା କରାଯିବା ଘଟଣାରେ ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛି ସିପିଆଇ(ଏମ୍‌‌ଏଲ୍‌‌) ଲିବରେସନ ର ତଥ୍ୟ ଅନୁସନ୍ଧାନକାରୀ ଦଳ। ଶୁକ୍ରବାର ସିପିଆଇ(ଏମ୍‌‌ଏଲ୍‌‌) ଲିବରେସନ, ଓଡିଶା ର ରାଜ୍ୟ ସଂପାଦକ ଯୁଧିଷ୍ଠୀର ମହାପାତ୍ରଙ୍କ ନେତୃତ୍ୱରେ ରାଜ୍ୟ କମିଟି ସଭ୍ୟ ରାଧାକାନ୍ତ ସେଠୀ, ମହେନ୍ଦ୍ର ପରିଡା, ବରିଷ୍ଠ ନେତା ଅଶୋକ ପ୍ରଧାନ, ସତ୍ୟମନୁ ପ୍ରଧାନ, ତ୍ରିଲୋଚନ ବେହେରା, ରବିନ୍ଦ୍ର ସ୍ୱାଇଁ, ବଂଶୀଧର ପରିଡା, କିଶାନ ପଟ୍ଟନାୟକ ପ୍ରମୁଖ ମୃତ ଆଶୀର୍ବାଦଙ୍କ ପରିବାରକୁ ଭେଟି ସମବେଦନା ଜଣାଇଥିଲେ। ପରିବାରସଦସ୍ୟ ଓ ଗ୍ରାମବାସୀଙ୍କ ଠାରୁ ଘଟଣା ସଂପର୍କରେ ସେମାନେ ସମସ୍ତ କଥା ପଚାରି ବୁଝିବା ସହ ଘଟଣାସ୍ଥଳ ପରିଦର୍ଶନ କରି ବିଭିନ୍ନ ତଥ୍ୟ ସଂଗ୍ରହ କରିଥିଲେ।

ସେମାନେ ପିପିଲି ଏସ୍‌‌ଡିପିଓ ଦେବାଶିଷ ମିଶ୍ରଙ୍କୁ ସାକ୍ଷାତ କରି ଏହି ମାମଲାର ତ୍ୱରିତ ବିଚାର ସହ ଦୋଷୀ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ପାଇଁ ଦାବି କରିଥିଲେ। ଡେଲାଙ୍ଗ ଅଞ୍ଚଳରେ ଚାଲିଥିବା ବ୍ରାଉନସୁଗାର ଓ ଚୋରା ନିଶାକାରବାରକୁ ସଂପୂର୍ଣ୍ଣ ବନ୍ଦ କରିବା ଦିଗରେ ପୁଲିସ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ସେମାନେ ଦାବି ରଖିଥିଲେ। ଏହି ତଥ୍ୟ ଅନୁସନ୍ଧାନକାରୀ ଦଳ ସହିତ ଜାତୀୟ ଦଳିତ ଆଦିବାସୀ ମାଇନୋରିଟି ମହାସଂଘର ରାଜ୍ୟ ସଭାପତି ବିଜୟ କୁମାର ସେଠୀ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories