www.samajalive.in
Sunday, December 14, 2025
26.1 C
Bhubaneswar

ଶନି ମନ୍ଦିରରେ କଳାକନା ବୁଲାଇଲେ

ବାସୁଦେବପୁର : ବାସୁଦେବପୁର ଥାନା କ୍ଷେତ୍ରରେ ଚୋରି ବଢିବାରେ ଲାଗିଛି। କେତେବେଳେ ଚୋରା କୋଇଲା କାରବାର ତ ପୁଣି କେତେବେଳେ ତାଲା ଭାଙ୍ଗି ଲୁଟ। ଶେଷରେ ମନ୍ଦିରକୁ ବି ଛାଡୁନାହାନ୍ତି ଲୁଟେରା ଦଳ। ଲୁଟ ଦିନକୁ ଦିନ ବଢ଼ୁଥିବା ବେଳେ ସୋମବାର ବିଳମ୍ବିତ ରାତିରେ ନରସିଂହପୁର ପଞ୍ଚାୟତ ବାଣପୁର ଗ୍ରାମର ନିଶାର୍କ ଶନି ମନ୍ଦିରରୁ ଚୋରି ହୋଇଥିବାକୁ ନେଇ ଥାନାରେ ଅଭିଯୋଗ ହୋଇଛି। ଚୋର ଦଳ ମନ୍ଦିରରେ ଥିବା ସମସ୍ତ ସୁନା, ରୂପା ଅଳଙ୍କାର ସହିତ ଆସବାବପତ୍ର ଚୋରି କରି ନେଇଥିବା ଅଭିଯୋଗ ହୋଇଛି। ସକାଳ ସମୟରେ ପୂଜକ ପହଞ୍ଚି ଚୋରି ହେବା ସଂପର୍କରେ ଜାଣିବା ପରେ ମନ୍ଦିର କମିଟିକୁ ଜଣାଇଥିଲେ। ପରେ ଏହି ଘଟଣାକୁ ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ଘଟଣାର ତଦନ୍ତ ଚାଲିଥିବା ଥାନାଧିକାରିଣୀ ଲୋପାମୁଦ୍ରା ନାୟକ କହିଛନ୍ତି।

ଦୀର୍ଘ ବର୍ଷ ପରେ ଶକ୍ତିଶାଳୀ ଯୋଗ: ମେ’ ମାସରେ ଚମକିବ ଏହି ୫ ରାଶିଙ୍କ ଭାଗ୍ୟ, ହେବେ ମାଲାମାଲ୍‌, ବଢିବ ଦରମା, ବ୍ୟବସାୟ

ଆସନ୍ତା ଦୁଇ ଦିନରେ ସ୍କୁଲ ବନ୍ଦ ନିଷ୍ପତ୍ତି – ରାଜସ୍ୱ ମନ୍ତ୍ରୀ

- Advertisement -

ଦେଖନ୍ତୁ ଭିଡିଓ ; ଏହି ଏଟିଏମରେ ସୁନା ଦେଲେ ମିଳେ ଟଙ୍କା

ଦେଖନ୍ତୁ ଛାତିଥରା ଭିଡିଓ ; ପାଣି ଭର୍ତ୍ତି ରାସ୍ତାରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଛଟପଟ ହେଉଥିଲା ଶିଶୁ, ଏମିତି ବଞ୍ଚିଲା ଜୀବନ

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories