www.samajalive.in
Monday, December 15, 2025
14.1 C
Bhubaneswar

କାଳବୈଶାଖୀରେ ଭାଙ୍ଗିଲା ଘର, ଗୋଷ୍ଠୀକେନ୍ଦ୍ରରେ ଅସହାୟ ଆଦିବାସୀ ପରିବାର 

ପାଟଣା : ଗତ ୧୮ ତାରିଖ ଅପରାହ୍ନରେ ପାଟଣା ବ୍ଲକ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ଡୁମୁରିଆ ପଞ୍ଚାୟତ ଘାଟ ବାଲିଯୋଡି ଗ୍ରାମର ବିଜୟ ମୁଣ୍ଡାଙ୍କ ୩ ବଖରା ଆଜବେଷ୍ଟସ ଛପର ଘର ସଂପୂର୍ଣ୍ଣ ଉଡାଇନେବା ସହ କାନ୍ଥ ମଧ୍ୟ ଭାଙ୍ଗିଯାଇଥିଲା । ସୈାଭାଗ୍ୟକୁ ପରିବାର ଅଳ୍ପକେ ବର୍ତ୍ତି ଯାଇଥିଲେ ନବଜାତ ଶିଶୁ ସହ ପରିବାର ପାଇଁ ମୁଣ୍ଡ ଗୁଞ୍ଜିବାକୁ ଜାଗା ନଥିଲା । ବାଧ୍ୟ ହୋଇ ଗ୍ରାମବାସୀ ଏହି ପରିବାରକୁ ଗ୍ରାମର ସରକାରୀ ଗୋଷ୍ଠୀ କେନ୍ଦ୍ରରେ ରହିବାକୁ ଅନୁମତି ଦେଇଥିଲେ । ଜଣେ ୫ ବର୍ଷର ଝିଅ ଓ ନବଜାତ ଶିଶୁ କନ୍ୟାକୁ ଧରି ବିଜୟଙ୍କ ୪ ଜଣିଆ ପରିବାର ଆଜି ପର୍ଯ୍ୟନ୍ତ ଗୋଷ୍ଠୀ କେନ୍ଦ୍ରରେ ରହୁଛନ୍ତି । ରାଜସ୍ବ ବିଭାଗ ପକ୍ଷରୁ ପକ୍ଷରୁ ଆର ଆଇ କେବଳ ପଲିଥିନ ଖଣ୍ଡିଏ ଦେଇଛନ୍ତି । ଏପରିକି ପଞ୍ଚାୟତ ଅଥବା ବ୍ଲକ ପ୍ରଶାସନ ପକ୍ଷରୁ ଏହି କାଳ ବୈଶାଖୀ ପୀଡ଼ିତ ପରିବାରକୁ ଚାଉଳ କେଜିଏ ମଧ୍ୟ ମିଳିନଥିବା ଅଭିଯୋଗ ହୋଇଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories