www.samajalive.in
Monday, December 15, 2025
17.1 C
Bhubaneswar

ଆସିଲା କାଓ୍ବାସାକିର ନୂଆ ନିଞ୍ଜା ୬୫୦, ବଢିଲା ଦାମ୍

ନୂଆଦିଲ୍ଲୀ : କାଓ୍ବାସାକି ଭାରତରେ ନିଜ ମିଡ୍-ସାଇଜ୍ ସ୍ପୋର୍ଟ ଟୁରିଂ ମୋଟରସାଇକେଲ ନିଞ୍ଜା ୬୫୦ର ନୂଆ ୨୦୨୫ ଭର୍ସନ ଲଞ୍ଚ୍ କରିଦେଇଛି । ଏହି ମୋଟରସାଇକେଲ ନୂଆ ଲାଇମ ଗ୍ରୀନ୍ ରଙ୍ଗର ବିକଳ୍ପରେ ଉପଲବ୍ଧ ହେବ । କମ୍ପାନୀ ଏହାର ଏକ୍ସ-ଶୋରୁମ୍ ଦାମ୍ ସାମାନ୍ୟ ବୃଦ୍ଧି କରି ୭.୨୭ ଲକ୍ଷ ଟଙ୍କା କରିଛି । ଏବେ ଏହି ମୋଟରସାଇକେଲ ପୂର୍ବ ଅପେକ୍ଷା ୧୧ ହଜାର ଟଙ୍କା ମହଙ୍ଗା ହୋଇଯାଇଛି । ଏବେ ଏହା ଅଧିକ ବୋଲ୍ଡ ନଜର ଆସୁଛି । ତେବେ କିଛି କାଓ୍ବାସାକି ଡିଲରଙ୍କ ପାଖରେ ଏବେ ବି ପୁରୁଣା ମଡେଲ ଉପଲବ୍ଧ ଅଛି । ଏଥିରେ ୨୫ ହଜାର ଟଙ୍କାର ରିହାତି ଦିଆଯାଉଛି ।

୨୦୨୫ ମଡେଲରେ ୬୪୯ ସିସି ପାରାଲାଲ୍ ଟ୍ବିନ୍ ଲିକ୍ବିଡ୍ କୁଲ୍ଡ ଇଞ୍ଜିନ ଲାଗିଛି ଯାହା ୮ ହଜାର ଆରପିଏମରେ ୬୭ ବିଏଚପିର ପାଓ୍ବର ଓ ୬୭୦୦ ଆରପିଏମରେ ୬୪ ଏନଏମର ପିକ୍ ଟର୍କ ଜେନେରେଟ୍ କରିଥାଏ । ମୋଟରରେ ୬ ସ୍ପିଡ ଗିୟରବକ୍ସ ରହିଛି । ଏହାର ଓଜନ ୧୯୬ କିଲୋଗ୍ରାମ । ଏଥିରେ ୪୧ ଏମଏମ ଟେଲିସ୍କୋପିକ୍ ଫୋର୍କ୍ସ ଓ ପ୍ରିଲୋଡ୍-ଆଡଜଷ୍ଟେବଲ ମୋନୋଶକ୍ ସହିତ ୧୭ ଇଞ୍ଚର ଆଲୟ ହ୍ବିଲ୍ ରହିଛି । ଆଗପଟେ ୩୦୦ ଏମଏମର ଡୁଆଲ ଡିସ୍କ ବ୍ରେକ୍ ଓ ପଛପଟେ ୨୨୦ ଏମଏମର ରୋଟର ସାହାଯ୍ୟରେ ଏଙ୍କର ଦିଆଯାଇଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories