www.samajalive.in
Saturday, December 6, 2025
17.1 C
Bhubaneswar

ହରିୟାଣା ସରକାରଙ୍କ ସଫଳତାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଶଂସା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି କୁରୁକ୍ଷେତ୍ର ହେଉଛି ଶିକ୍ଷା ଓ ଆଧ୍ୟାତ୍ମିକବାଦର କେନ୍ଦ୍ର ସ୍ଥଳୀ। ମଙ୍ଗଳବାରଦିନ ହରିୟାଣାର କୁରୁକ୍ଷେତ୍ରଠାରେ ପ୍ରଧାନମନ୍ତ୍ରୀ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କରି କହିଛନ୍ତି ଯେ ପରିଷ୍କାର ପରିଚ୍ଛନ୍ନତା ହାସଲ କ୍ଷେତ୍ରରେ ହରିୟାଣା ସରକାରଙ୍କ ସଫଳତା ପ୍ରଶଂସନୀୟ । ଝାଝର୍‍ ଜିଲ୍ଲାର ଏମ୍‍ସ୍‍ ପରିସର ମଧ୍ୟରେ ସ୍ଥାପିତ ଅତ୍ୟାଧୁନିକ କର୍କଟ ଚିକିତ୍ସା ଓ ଗବେଷଣା କେନ୍ଦ୍ରକୁ ପ୍ରଧାନମନ୍ତ୍ରୀ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଶ୍ରୀ ମୋଦି ଫରିଦାବାଦ୍‍ଠାରେ ଇ.ଏସ୍‍.ଆଇ.ସି. ମେଡିକାଲ୍‍ କଲେଜ୍‍ ଓ ହସ୍ପିଟାଲ୍‍ ମଧ୍ୟ ଉଦ୍‍ଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ପଞ୍ଚ୍‍କୁଲାର ମାତା ମନ୍‍ସା ଦେବୀ ମନ୍ଦିର ପରିସରରେ ଜାତୀୟ ଆୟୁର୍ବେଦ ପ୍ରତିଷ୍ଠାନର ଶିଳାନ୍ୟାସ କରିବା ସହିତ କୁରୁକ୍ଷେତ୍ରଠାରେ ଶ୍ରୀକ୍ରିଷ୍ଣା ଆୟୁଷ୍‍ ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ହରିୟାଣା ଗସ୍ତ କାଳରେ ଶ୍ରୀ ମୋଦି କର୍ଣ୍ଣାଲ୍‍ଠାରେ ପଣ୍ଡିତ ଦୀନ୍‍ ଦୟାଲ୍‍ ଉପାଧ୍ୟାୟ ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ଆଧାର ଶିଳା ସ୍ଥାପନ କରିଛନ୍ତି। ପାନିପତ୍‍ ଯୁଦ୍ଧର ପରାକର୍ମୀମାନଙ୍କ ସମ୍ମାନାର୍ଥେ ଏକ ଯୁଦ୍ଧ ସଂଗ୍ରହାଳୟର ମଧ୍ୟ ସେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସ୍ୱଚ୍ଛ ଶକ୍ତି-୨୦୧୯ କାର୍ୟ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ସ୍ୱଚ୍ଛ ଶକ୍ତି ପୁରସ୍କାର ପ୍ରଦାନ କରିଛନ୍ତି। କୁରୁକ୍ଷେତ୍ରରେ ଆୟୋଜିତ ସ୍ୱଚ୍ଛ ସୁନ୍ଦର ଶୌଚାଳୟ ପ୍ରଦର୍ଶନୀ ପରିଦର୍ଶନ କରିବା ପରେ ପ୍ରଧାନମନ୍ତ୍ରୀ ଏକ ଜନସଭାରେ ଉଦ୍‍ବୋଧନ ଦେଇ କହିଛନ୍ତି ଯେ ଲୋକମାନଙ୍କ ଜୀବନରେ ଏହା ଉନ୍ନତି ଆଣିବ ଏବଂ ସ୍ଥାନୀୟ ଯୁବକମାନଙ୍କୁ ନିଯୁକ୍ତି ଯୋଗାଇବାରେ ସାହାଯ୍ୟ କରିବ। ଗୋଟିଏ ର‍୍ୟାଙ୍କ୍‍ ଗୋଟିଏ ପେନ୍‍ସନ୍‍ ଓ ବେଟି ବଚାଓ ବେଟି ପଢ଼ାଓ ଯୋଜନାଗୁଡ଼ିକ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ହରିୟାଣା ମାଟିରୁ ଆରମ୍ଭ ହୋଇଥିବା ଯୋଜନାଗୁଡ଼ିକ ସଫଳତା ଲାଭ କରିଛି ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories