କାଳିଆ ଯୋଜନାରେ ସାମିଲ ହେଲେ ଭୂମିହୀନ ଚାଷୀ

0

ଭୁବନେଶ୍ୱର: କାଳିଆ ଯୋଜନାରେ ଭୂମିହୀନ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରିବା ଲାଗି ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି ଓ ଭୂମିହୀନ ଚାଷୀଙ୍କୁ ଆସନ୍ତା ୧୫ ତାରିଖରେ ସହାୟତା ଟଙ୍କା ବଣ୍ଟନ କରାଯିବ ବୋଲି ଜଣା ପଡିଛି। ପ୍ରାୟ ସାଢ଼େ ଚାରି ଲକ୍ଷ ଚାଷୀଙ୍କୁ ପ୍ରଥମ ପର୍ୟ୍ୟାୟରେ ୫ ହଜାର ଟଙ୍କା ଲେଖାଏ ପ୍ରଦାନ କରାଯିବ ବୋଲି କୃଷି ସଚିବ ସୌରଭ ଗର୍ଗ ସୂଚନା ଦେଇଛନ୍ତି। ମଙ୍ଗଳବାରଦିନ ସଚିବାଳୟରେ ଅନୁଷ୍ଠିତ କାଳିଆ ଯୋଜନା କମିଟି ବୈଠକ ପରେ କୃଷି ସଚିବ ସୌରଭ ଗର୍ଗ କହିଛନ୍ତି ଯେ, ଆସନ୍ତା ୧୫ ତାରିଖରେ କାଳିଆ ଯୋଜନାର ଅନ୍ତର୍ଭୁକ୍ତ ଭୂମିହୀନ ଚାଷୀଙ୍କୁ କାଳିଆ ଟଙ୍କା ଦିଆଯିବ ଏବଂ ୨୨ ତାରିଖରେ ୧୪ ଲକ୍ଷ କ୍ଷୁଦ୍ର ଚାଷୀଙ୍କୁ ସହାୟତା ରାଶି ପ୍ରଦାନ କରାଯିବ।

kalyan agarbati
Leave A Reply