www.samajalive.in
Wednesday, December 10, 2025
23.1 C
Bhubaneswar

ବାଲିପାଟଣା ଗୁଳିକାଣ୍ଡ: ୩ ଗିରଫ

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ଉପକଣ୍ଠ ବାଲିପାଟଣା ଅଞ୍ଚଳରେ ଘଟିଥିବା ଗୁଳିକାଣ୍ଡ ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ଦୀପ୍ତି ମହାପାତ୍ର ଅନ୍ୟ ଏକ ପରିବାରକୁ ଫସାଇବାକୁ ଷଡ଼ଯନ୍ତ୍ର କରି ନିଜେ ନିଜକୁ ଗୁଳି କରିଥିଲା ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ତେଣୁ ଦୀପ୍ତି ସମେତ ତା’କୁ ବନ୍ଧୁକ ଯୋଗାଇଥିବା ୨ ସହଯୋଗୀଙ୍କୁ ପୁଲିସ ଗିରଫ କରିଛି। ଅଭିଯୁକ୍ତଠାରୁ ଏକ ୯ ଏମଏମ ବନ୍ଧୁକ ପୁଲିସ ଜବତ କରିଛି। ଏ ନେଇ ଭୁବନେଶ୍ଵର ଡିସିପି ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଦୀପ୍ତି ୨୦୨୪ରେ ଏକ ଦୁଷ୍କର୍ମ ମାମଲାରେ ଜେଲ ଯାଇଥିଲା। ଜେଲରୁ ଫେରିବା ପରେ ଦୁଷ୍କର୍ମ ପୀଡ଼ିତା ପରିବାରକୁ ଫସାଇବା ଲାଗି ଷଡ଼ଯନ୍ତ୍ର କରିଥିଲା। ଷଡ଼ଯନ୍ତ୍ର ଅନୁସାରେ ଦୀପ୍ତି ନିଜକୁ ନିଜେ ଗୁଳି କରିଥିଲା। ପରେ ନିଜେ ଯାଇ ଥାନାରେ ଅଭିଯୋଗ କରିଥିଲା। ପୁଲିସକୁ ମିଛି କାହାଣୀ ଶୁଣାଇ କହିଥିଲା ଯେ ଦୁଇ ଜଣ ଯୁବକ ବାଇକରେ ଆସି ତା’କୁ ଗୁଳି କରି ଫେରାର ହୋଇଯାଇଥିଲେ। ପୁଲିସ ଘଟଣାର ତଦନ୍ତ କରିବା ପରେ ପ୍ରକୃତ ସତ୍ୟ ପଦାକୁ ଆସିଥିଲା।

Hot this week

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

Related Articles

Popular Categories