www.samajalive.in
Wednesday, December 10, 2025
23.1 C
Bhubaneswar

ବଳଙ୍ଗାରେ ବର୍ବରତା: ୨ ନାବାଳକଙ୍କୁ ଖୁଣ୍ଟରେ ବାନ୍ଧି ପିଟିଲେ, ପରିସ୍ରା ପିଆଇଲେ

ବଳଙ୍ଗା: ପୁରୀ ଜିଲା ବଳଙ୍ଗା ଥାନା ଅନ୍ତର୍ଗତ କୋଟକସାଙ୍ଗ ଅଞ୍ଚଳରେ ଏକ ବର୍ବର କାଣ୍ଡ ଘଟିଛି। ସ୍ଥାନୀୟ ଅଞ୍ଚଳର କିଛି ଯୁବକ ଜଣେ ନାବାଳକ ଏବଂ ଅନ୍ୟ ଜଣେ ଯୁବକଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଲୁହା ରଡରେ ନିସ୍ତୁକ ମାଡ଼ ମାରିଛନ୍ତି। ଏପରି ସେମାନଙ୍କୁ ସିଗାରେଟ ଚେଙ୍କ ଦିଆଯିବା ସହିତ ପରିସ୍ରା ପିଆଇଛନ୍ତି। ଏଭଳି ବର୍ବରତା ସମ୍ପର୍କରେ ଖବର ପାଇବା ପରେ ପୁଲିସ ପହଞ୍ଚି ପୀଡ଼ିତ ଦ୍ଵୟଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଇବା ସହିତ ଘଟଣାର ଖୋଳତାଡ଼ ଆରମ୍ଭ କରିଛି।

ପୁଲିସ ସୂଚନା ଅନୁସାରେ, କୋଟକସାଙ୍ଗ ଅଞ୍ଚଳର କିଛି ଯୁବକ ଏବଂ ପ୍ରଧାନସାହିର କିଛି ଯୁବକଙ୍କ ମଧ୍ୟରେ ବିବାଦ ହୋଇଥିଲା। କୋଟକସାଙ୍ଗର କିଛି ଯୁବକ ପୀଡ଼ିତ ଦୁଇ ନାବାଳକଙ୍କୁ ପ୍ରଧାନସାହିର ଯୁବକ ଭାବି ସେମାନଙ୍କୁ ଅଟକାଇ ଖୁଣ୍ଟରେ ବାନ୍ଧି ନିର୍ଯାତନା ଦେଇଥିଲେ। ପରେ ପୀଡ଼ିତ ଦ୍ଵୟ ପ୍ରଧାନସାହିର ହୋଇ ନ ଥିବା ଜାଣିବାକୁ ପାଇଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories