www.samajalive.in
Wednesday, December 10, 2025
26.1 C
Bhubaneswar

ଟେକ୍ନୋଲୋଜି କ୍ଷେତ୍ରରେ ଆଉ ପାଦେ ଆଗେଇଲା ଚୀନ୍; ମଣିଷଙ୍କ ସହ ଦୌଡ଼ିଲେ ରୋବୋଟ୍‌

ସମାଜ ଡିଜିଟାଲ ଡେସ୍କ: ଏହା ସମସ୍ତେ ଜାଣନ୍ତି ଯେ, ପ୍ରଯୁକ୍ତିବିଦ୍ୟା ଦୌଡ଼ରେ ଚୀନ୍ ବିଶ୍ୱରେ କେତେ ଆଗରେ। ନିକଟରେ ଏହାର ଏକ ଚମତ୍କାର ଉଦାହରଣ ଦେଖିବାକୁ ମିଳିଛି ବେଜିଂରେ। ବିଶ୍ୱର ପ୍ରଥମ ହ୍ୟୁମାନୋଇଡ୍‌ ରୋବୋଟ୍(ମଣିଷ ଆକୃତିର ବା ମଣିଷ ଗୁଣ ସମ୍ପନ୍ନ) ମାରାଥନ୍ ଆୟୋଜନ କରିଛି ବେଜିଂ।

ଏହି ନିଆରା ମାରାଥନରେ ରୋବୋଟ୍‌ମାନେ ମଣିଷଙ୍କ ସହିତ ମିଶି ୨୧ କିଲୋମିଟର ଦୌଡ଼ିଛନ୍ତି। କୁହାଯାଉଛି ଯେ, ଏହି ଐତିହାସିକ ଦୌଡ଼ ବେଜିଂର ଇକୋନୋମିକ୍‌-ଟେକ୍ନୋଲୋଜିକାଲ ଜୋନ୍‌ରେ ହୋଇଥିଲା, ଯେଉଁଥିରେ ରୋବୋଟମାନେ ଅଙ୍କାବଙ୍କା ତଥା ବୁଲାଣି ଥିବା ଟ୍ରାକରେ ଦୌଡ଼ି ଏଆଇ ଓ ଇଞ୍ଜିନିୟରିଂର ପ୍ରକୃତ ଶକ୍ତି ଦେଖାଇଥିଲେ।

- Advertisement -

ରୋବୋଟ୍‌ ଓ ମଣିଷଙ୍କ ଐତିହାସିକ ଦୌଡ଼:

ବେଜିଂର ୟିଜୁଆଙ୍ଗରେ ଅନୁଷ୍ଠିତ ହାଫ୍‌ ମାରାଥନରେ ପ୍ରଥମ ଥର ପାଇଁ ୨୧ ହ୍ୟୁମାନୋଇଡ୍‌ ରୋବୋଟ୍‌ ହଜାର ହଜାର ମାନବ ଧାବକଙ୍କ ସହିତ ୨୧.୧ କିମି ଦୌଡ଼ିଛନ୍ତି। ଏଥିରେ ଚୀନ୍‌ କମ୍ପାନୀ DroidVP, Noetix Robotics ଓ Beijing Innovation Center of Human Robotics ଦ୍ଵାରା ବିକଶିତ ରୋବୋଟ୍ ଅଂଶଗ୍ରହଣ କରିଥିଲେ।

‘ତିଆଁଗୋଙ୍ଗ ଅଲ୍ଟ୍ରା’ର ଦମ୍‌ଦାର ପ୍ରଦର୍ଶନ:

Beijing Innovation Center ଦ୍ଵାରା ବିକଶିତ ‘ତିଆଁଗୋଙ୍ଗ ଅଲ୍ଟ୍ରା’ ନାମକ ରୋବୋଟ୍‌ ୨ ଘଣ୍ଟା ୪୦ ମିନିଟ୍‌ରେ ଦୌଡ଼ ସମାପ୍ତ କରି ରୋବୋଟ୍‌ ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିଥିଲା। ଏହାର ସଫଳତାର ଶ୍ରେୟ ଏହାର ଉନ୍ନତ ରନିଂ ଆଲଗୋରିଦମ ଏବଂ ଉଚ୍ଚ ସଂରଚନାକୁ ଦିଆଯାଇଛି।

ଯାନ୍ତ୍ରିକ ଆହ୍ୱାନ ଏବଂ ସଫଳତା:

ଅବଶ୍ୟ ସମସ୍ତ ରୋବୋଟ୍‌ଙ୍କୁ ସଫଳତା ମିଳି ନ ଥିଲା। କିଛି ରୋବୋଟ୍ ଦୌଡ଼ ଆରମ୍ଭରେ ପଡ଼ିଯାଇଥିବାବେଳେ ଅନ୍ୟମାନେ ଅତ୍ୟଧିକ ଗରମ ଏବଂ ବ୍ୟାଟେରୀ ବିଫଳତା ଭଳି ଯାନ୍ତ୍ରିକ ସମସ୍ୟାର ସମ୍ମୁଖୀନ ହୋଇ ଦୌଡ଼ ଶେଷ କରିପାରି ନଥିଲେ। କେବଳ ଛଅଟି ରୋବୋଟ୍ ସମ୍ପୂର୍ଣ୍ଣ ଦୌଡ଼ ସମାପ୍ତ କରିପାରିଥିଲେ।

Hot this week

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

Related Articles

Popular Categories