www.samajalive.in
Sunday, December 14, 2025
17.1 C
Bhubaneswar

ସଶସ୍ତ୍ର ବାହିନୀର ଆଧୁନିକୀକରଣ ସରକାରଙ୍କ ପ୍ରାଥମିକତା – ରାଜନାଥ ସିଂହ

ଡେସ୍କ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ଭାରତର ପ୍ରତିରକ୍ଷା କ୍ଷେତ୍ର ଆତ୍ମନିର୍ଭରଶୀଳତା ପଥରେ ଆଗେଇ ଚାଲିଛି ଏବଂ ବିଶ୍ୱରେ ପ୍ରତିରକ୍ଷା ରପ୍ତାନିର ସମ୍ଭାବନାକୁ ମଧ୍ୟ ସୁଦୃଢ଼ କରୁଛି। ନୂଆଦିଲ୍ଲୀରେ ପ୍ରତିରକ୍ଷା ସମ୍ମିଳନୀ – ଫୋର୍ସ ଅଫ୍ ଦି ଫ୍ୟୁଚରର ଉଦଘାଟନୀ ଅଧିବେଶନରେ ଯୋଗଦେଇ ସେ କହିଛନ୍ତି ଯେ ପ୍ରତିରକ୍ଷା କ୍ଷେତ୍ରର ସାମର୍ଥ୍ୟ ବୃଦ୍ଧି ଉପରେ ସରକାରଙ୍କ ପ୍ରାଥମିକ ଧ୍ୟାନ ରହିଛି। ସେ କହିଛନ୍ତି ଯେ ନରେନ୍ଦ୍ର ମୋଦୀ ସରକାର ସଶସ୍ତ୍ର ବାହିନୀର ଆଧୁନିକୀକରଣ ସହିତ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଉପରେ ଗୁରୁତ୍ୱ ଦେଇଛନ୍ତି। ଶ୍ରୀ ସିଂହ ଆହୁରି କହିଛନ୍ତି ଯେ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତାକୁ ଆହୁରି ପ୍ରୋତ୍ସାହିତ କରିବା ପାଇଁ ମନ୍ତ୍ରଣାଳୟ ୨୦୨୫ ବର୍ଷକୁ ସଂସ୍କାର ବର୍ଷ ଭାବେ ଘୋଷଣା କରିଛି।

ଏହି ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି ଭାରତର ବିକଶିତ ପ୍ରତିରକ୍ଷା ପରିଦୃଶ୍ୟ, ଆତ୍ମନିର୍ଭରଶୀଳତା, ବୈଷୟିକ ଉନ୍ନତି ଏବଂ ସାମରିକ କ୍ଷେତ୍ରରେ ରଣନୈତିକ ସଂସ୍କାର ଉପରେ ଧ୍ୟାନ ଦେବା। ଏଥିରେ ପ୍ରତିରକ୍ଷା ସଂସ୍କାର, ସ୍ୱଦେଶୀ ଉତ୍ପାଦନ, ପ୍ରତିରକ୍ଷା ରପ୍ତାନି ଏବଂ ପ୍ରଯୁକ୍ତି ବିଦ୍ୟା ଭଳି ବିଷୟ ଉପରେ ଦଳଗତ ଆଲୋଚନା କରାଯାଇଛି, ଯେଉଁଥିରେ ଉଚ୍ଚ ପଦସ୍ଥ ସାମରିକ ଅଧିକାରୀ, ସରକାରୀ ପ୍ରତିନିଧି, ଶିଳ୍ପ ନେତା ଏବଂ ଉଦ୍ଭାବକମାନେ ଅଂଶଗ୍ରହଣ କରିଥିଲେ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories