www.samajalive.in
Saturday, December 6, 2025
16.1 C
Bhubaneswar

ମେଘାଳୟରେ ୬ ଲକ୍ଷ ଲୋକଙ୍କର ନାହିଁ ଆଧାର କାର୍ଡ

ଶିଲଂ : ଭାରତର ଉତ୍ତର-ପୂର୍ବ ରାଜ୍ୟ ମେଘାଳୟରେ ବାସ କରୁଥିବା ୬ ଲକ୍ଷ ଲୋକଙ୍କର ଆଧାର କାର୍ଡ ନଥିବା ଜଣାପଡିଛି। ଫଳରେ ଏହି ଲୋକମାନେ ସରକାରୀ ସୁବିଧାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି। ଇଷ୍ଟ ଖାସି ହିଲ୍‌ସ ଓ ୱେଷ୍ଟ ଗାରୋ ହିଲ୍‌ସ ଭଳି ଦୁଇଟି ଜିଲାରେ ୩.୨୭ ଲକ୍ଷ ଲୋକ ଏପର୍ଯ୍ୟନ୍ତ ଆଧାର କାର୍ଡ କରିପାରିନାହାନ୍ତି। ଏହି ଦୁଇଟି ଜିଲା​‌ରେ ଯଥାକ୍ରମେ ୭୫ ଓ ୮୩ ପ୍ରତିଶତ ଲୋକଙ୍କର ଆଧାର କାର୍ଡ କରାଯାଇଛି। ସୂଚନାଯୋଗ୍ୟ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ବାୟୋମେଟ୍ରିକ ବ୍ୟବସ୍ଥା ଏବଂ ବୟସ୍କଙ୍କ ଆଧାର କାର୍ଡ ଯାଞ୍ଚ ବ୍ୟବସ୍ଥା ପ୍ରସଙ୍ଗରେ ମେଘାଳୟ ସରକାରଙ୍କୁ ଦୁଇଟି ପୁରସ୍କାର ମିଳିସାରିଛି। ରାଜ୍ୟର କେତେକ ଅଞ୍ଚଳ ଅତ୍ୟନ୍ତ ଦୁର୍ଗମ ହୋଇଥିବାରୁ ସେଠାକୁ ଯାଇ ଲୋକଙ୍କର ଆଧାର କାର୍ଡ ପ୍ରସ୍ତୁତ କରିିବା ନିହାତି କଷ୍ଟକର ହୋଇପଡୁଛି ବୋଲି ରାଜ୍ୟ ସରକାରଙ୍କ ନୋଡାଲ ଅଫିସର କହିଛନ୍ତି।

Hot this week

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories