ଲକ୍ଷ୍ନୌ : ଉତ୍ତର ପ୍ରଦେଶର ଅଯୋଧ୍ୟାରେ ନବ ନିର୍ମିତ ରାମ ମନ୍ଦିରକୁ ବୋମା ଜରିଆରେ ଉଡାଇ ଦିଆଯିବ ବୋଲି ମନ୍ଦିର ପରିଚାଳନା ଦାୟିତ୍ବରେ ଥିବା ‘ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ’କୁ ଏକ ଧମକପୂର୍ଣ୍ଣ ଇ-ମେଲ ବାର୍ତ୍ତା ମିଳିଛି। ତାମିଲନାଡୁର ଜଣେ ବାସିନ୍ଦା ଏହି ବାର୍ତ୍ତା ପଠାଇଥିବା ଜଣାପଡିଛି। ରାମ ମନ୍ଦିରର ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିବାକୁ ମଧ୍ୟ ଉକ୍ତ ବାର୍ତ୍ତାରେ ପ୍ରସ୍ତାବ ଦିଆଯାଇଛି। ଟ୍ରଷ୍ଟ ପକ୍ଷରୁ ଥାନାରେ ଏକ ଏତଲା ଦାଏର କରାଯାଇଛି।
Popular Categories



