www.samajalive.in
Sunday, December 14, 2025
16.1 C
Bhubaneswar

‘ବିବେକାନୁମୋଦିତ ଭୋଟିଂ ପାଇଁ କହିଥିଲେ ନବୀନ’

ଭୁବନେଶ୍ବର : ରାଜ୍ୟସଭାରେ ୱାକଫ୍‌ ସଂଶୋଧନ ବିଧେୟକକୁ ନେଇ ବିଜେଡିର ବିବେକାନୁମୋଦିତ ଭୋଟିଂ ପ୍ରସଙ୍ଗରେ ବିବାଦ ଥମୁନି। ପ୍ରତିଦିନ ଏହାକୁ ନେଇ ଦଳ ଭିତ‌େ‌ର ଚାପା ଗୁଞ୍ଜରଣ ପ୍ରକାଶ ପାଉଛି। ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ବୟାନବାଜି ଜୋର୍‌ ଧରୁଛି। ଦଳର ବରିଷ୍ଠ ନେତାମାନେ ସଭାପତି ନବୀନ ପଟ୍ଟନାୟକଙ୍କ ତାଗିଦାକୁ ନ ଡରି ଖୋଲାଖୋଲି ମତ ରଖୁଛନ୍ତି। କେତେକ ନେତା ଭି.କେ. ପାଣ୍ଡିଆନଙ୍କୁ ନେଇ ଅସନ୍ତୋଷ ଜାହିର କରୁଛନ୍ତି। ୱାକଫ୍‌ ଭୋଟିଂ ଓ ନବୀନ-ପାଣ୍ଡିଆନଙ୍କ ଯୋଡ଼ିକୁ ନେଇ ନିଜ ଦଳ ଭିତରେ ଭିନ୍ନଭିନ୍ନ ମତପ୍ରକାଶ ପାଉଛି। ବିଜେପି ନେତା ମଝିରେ ମଝିରେ ନିଆଁରେ ଘିଅ ଢାଳି ପ୍ରସଙ୍ଗକୁ ତାଜା କରୁଛନ୍ତି। ତେବେ ୱାକଫ୍‌ ବିଧେୟକ ପ୍ରସଙ୍ଗରେ ଦଳର ଆଭିମୁଖ୍ୟ କାହିଁକି ଓ କାହା ନିର୍ଦେଶରେ ପରିବର୍ତ୍ତନ ହେଲା; ଏପର୍ଯ୍ୟନ୍ତ ସେଥିରେ ସ୍ପଷ୍ଟତା ଆସୁନି। ଅନ୍ୟପକ୍ଷରେ ବିଜେଡି ସାଂସଦ ସୁଲତା ଦେଓ ସାମାଜିକ ଗଣମାଧ୍ୟମରେ ଗୁରୁତ୍ବପୂର୍ଣ୍ଣ ମତ ରଖିଛନ୍ତି। ସାଂସଦ ସସ୍ମିତ ପାତ୍ରଙ୍କ ସମର୍ଥନରେ ସୁଲତା ବାହାରିବା ସହ ମୁନ୍ନା ଖାଁଙ୍କୁ ନିଶାଣ କରିଛନ୍ତି।
ସାମାଜିକ ଗଣମାଧ୍ୟମରେ ସୁଲତା ନବୀନ କହୁଥିବାର ଏକ ଭିଡିଓ ଅପ୍‌ଲୋଡ କରି ଉଲ୍ଲେଖ କରିଛନ୍ତି ଯେ, ଏପ୍ରିଲ ୭ ତାରିଖ ଦିନ ମୋ ନେତା ନବୀନ ପଟ୍ଟନାୟକ ବିବେକାନୁମୋଦିତ ଭୋଟ୍ ଦେବାକୁ ସିଧା ଶବ୍ଦରେ କହିଥିଲେ। ମୁନ୍ନା ଖାଁ ଓ ତାଙ୍କ ସହ ଆସିଥିବା ଦେବାଶିଷ ସାମନ୍ତରାୟଙ୍କ ମୁସଲମାନ ସମର୍ଥକଙ୍କୁ ଏକଥା ମୋ ନେତା ସିଧା କହିଥିଲେ। ଏକ ପ୍ରାୟୋଜିତ ଷଡ଼ଯନ୍ତ୍ର ଆଗକୁ ବଢ଼ାଇବା ପାଇଁ ଏକଥା ଗଣମାଧ୍ୟମ ଚପେଇ ଦେଲା। ମୁନ୍ନା ଖାଁ ମଧ୍ୟ ବାହାରକୁ ଆସି ଆମ ରାଜ୍ୟସଭା ନେତା ସସ୍ମିତ ଭାଇଙ୍କୁ ଜାଣିଶୁଣି ଆରୋପ କଲେ। ସେଠାରେ ମୋ ନେତା ଏହା ମଧ୍ୟ କହିଥିଲେ ଯେ, ସିଏଏ, ଏନଆରସି ଯାହା ମୁସଲମାନଙ୍କ ଜୀବନଜୀବିକା ପ୍ରତି ବିପଦ ସୃଷ୍ଟି କରିଥିଲା, ତାହାକୁ ବିଜେଡି ବିରୋଧ କରି ନିଜ ଧର୍ମନିରପେକ୍ଷ ଛବି ବଜାୟ ରଖିଛି। ମାତ୍ର ସଂସଦରେ ଏବେକା ଆଲୋଚନା କେବଳ ହିନ୍ଦୁ-ମୁସଲମାନ ପାଇଁ ଉଦ୍ଦିଷ୍ଟ ଥିଲା। ବିଜେପି ଚାହଁୁଥିଲା, ଏପାଖେ ଭୋଟ୍ ଦେଲେ ହିନ୍ଦୁ, ସେପଟେ
ଭୋଟ୍ ଦେଲେ ମୁସଲମାନ । ଆମ ନେତାଙ୍କଠାରୁ ବାର୍ତ୍ତା ପାଇବା ପରେ ଆମେ ହିନ୍ଦୁ ଓ ମୁସଲମାନ ଉଭୟଙ୍କୁ ସମ୍ମାନ ଦେଲୁ। ପକ୍ଷଭୁକ୍ତ ହେଲୁ ନାହିଁ। ମୋ ନେତା ହିନ୍ଦୁ, ମୁସଲମାନ, ଶିଖ, ଇଶାଇ ସମସ୍ତଙ୍କୁ ସମ୍ମାନ ଦେଇଛନ୍ତି। ମନ୍ଦିର, ମସ୍‌ଜିଦ, ଗୀର୍ଜା, ଗୁରୁଦ୍ୱାର ତିଆରି କରିଛନ୍ତି। ମାତ୍ର ଷଡ଼ଯନ୍ତ୍ରକାରୀଙ୍କୁ ଏହା ହଜମ ହେଉନି ବୋଲି ସୁଲତା ଉଲ୍ଲେଖ କରିଛନ୍ତି।
ସସ୍ମିତ ୱାକଫ୍ ବିଧେୟକକୁ ସମର୍ଥନ ଦେବା ପରେ ଏହାକୁ ନେଇ ରାଜନୀତି ଥମିବା ନାଁ ନେଉନି। ବିଜେଡି ଭିତରେ ଆରୋପ ପ୍ରତ୍ୟାରୋପ ଏପର୍ଯ୍ୟନ୍ତ ଲାଗି ରହିଛି। କିଛି ନେତା ସସ୍ମିତଙ୍କୁ ବିରୋଧ କରୁଥିବାବେଳେ ଆଉ କିଛି ନେତା ତାଙ୍କୁ ସମର୍ଥନ କରୁଛନ୍ତି। ବରିଷ୍ଠ ନେତା ମଙ୍ଗଳା କିଷାନ କହିଛନ୍ତି ଯେ, ନବୀନ ବାବୁଙ୍କୁ ଛାଡ଼ିଦେଲେ ଦଳର କିଛି ଅସ୍ତିତ୍ବ ନାହିଁ। ବ୍ୟକ୍ତିଗତ କାରଣ ପାଇଁ ବରିଷ୍ଠ ନେତା ମେଳି ବାନ୍ଧୁଛନ୍ତି। ପାଣ୍ଡିଆନଙ୍କୁ ବିରୋଧ ପ୍ରସଙ୍ଗରେ ସେ କହିଛନ୍ତି ଯେ, ସେ କେବେ ଦଳରେ ଥିଲେ। ଲୋକେ ନବୀନ ବାବୁଙ୍କ ସାଙ୍ଗରେ ଅଛନ୍ତି। ବିଜେଡି ବିଧାୟକ ଯୋଗେଶ ସିଂହ କହିଛନ୍ତି, ଆମେ ସମସ୍ତେ ସଂଗଠିତ ଓ ଏକଜୁଟ ଅଛୁ। ଆଗାମୀ ଦିନ‌େ‌ର ବିଜେଡି କିପରି ଆହୁରି ମଜଭୁତ ହେବ ଏବଂ ସରକାରକୁ ଆସିବ, ସେଥିପ୍ରତି ଦୃଷ୍ଟି ଦେଉଛୁ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories