www.samajalive.in
Monday, December 15, 2025
14.1 C
Bhubaneswar

ପୁଲିସ ଜାଲରେ ବେଆଇନ କଫ ସିରପ ବ୍ୟବସାୟୀ, ୨୨୦ ବୋତଲ ଜବତ

ରେଙ୍ଗାଲି କ୍ୟାମ୍ପ: ବରଗଡ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ପତ୍ରପାଲିଠାରେ ଦୀର୍ଘ ଦିନ ଧରି ବେଆଇନ ଭାବେ କଫ ସିରପ ବ୍ୟବସାୟ କରୁଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ପୁଲିସ। ଅଭିଯୁକ୍ତ ହେଳେ କିଶୋର ବଢ଼େଇ। ପୁଲିସ ଜାଲ ବିଛାଇ କିଶୋରକୁ ଗିରଫ କରିଛି। ତା’ ନିକଟରୁ ୨୨୦ ବୋତଲ(୪୫ ଲିଟର) କଫ୍ ସିରପ ଜବତ ହୋଇଛି।

କିଶୋର ଚୋରା କଫ୍‌ ସିରପ ବ୍ୟବସାୟ କରୁଥିବା ଜଣାପଡ଼ିବା ପରେ ଅତାବିରା ଥାନା ଅଧିକାରୀ ପ୍ରକାଶ କର୍ଣ୍ଣ ତା’କୁ ଧରିବା ଲାଗି ଜାଲ ବିଛାଇଥିଲେ। ଶନିବାର ସନ୍ଧ୍ୟାରେ କିଶୋର କଫ୍‌ ସିରପ ବିକ୍ରି କରୁଥିବା ସମୟରେ ପୁଲିସ ସାଦା ପୋଷାକରେ ତା’ ନିକଟରୁ କଫ୍‌ ସିରଫ୍ କିଣିବା ସହିତ ତା’କୁ ଧରିଥିଲା। ରବିବାର କିଶୋରକୁ କୋର୍ଟ ଚାଲାଣ କରାଯାଇଛି। ଏହି କଫ୍‌ ସିରପ କଟକ ଅଞ୍ଚଳରୁ ଆସୁଥିବା ସେ ପୁଲିସ ଆଗରେ ପ୍ରକାଶ କରିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories